ପ୍ରମୂଖ ଖବର
  • କଂଗ୍ରେସ ବିଧାୟକ ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ, ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷା ସଚେତନତା ନେଇ ମିନି ମାରାଥନ

Published By : Prameya | March 8, 2025 10:21 PM

କାଶୀପୁର,୮।୩ : କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଶନିବାର ମିନି ମାରାଥନ କରାଯାଇଛି ।ବନାଗ୍ନିଦାଉରୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ସୁରକ୍ଷାରେ ସଚେତନତାସୃଷ୍ଟି ନେଇ  ଏହି ମାରାଥନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ସହିତ ବିଭିନ୍ନ ବିଦ୍ୟାଳୟରବିଦ୍ୟାର୍ଥୀ, କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।ଦଶ କିଲୋମିଟର ବାଟ ଗଣ ଦୌଡ଼ କରାଯାଇଛି ।ଗଣ ଦୌଡ଼ଟିକିରି ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି  ଥୁଟିବର ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ଦୂରକୁ ଯାଇ ଫେରି ଆସିଥିଲା ।

ଜନ ସାଧାରଣଙ୍କ ସହଯୋଗରେ ଚଳିତ ବର୍ଷ ବନାଗ୍ନିକୁ ରୋକିବା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ଜଙ୍ଗଲରେନିଆଁ ଲାଗିବା ଦ୍ଵାରା ବାୟୁ ମଣ୍ଡଳରେ କୁ ପ୍ରଭାବପଡିବା ସହ ଜୀବ ଜନ୍ତୁ, ବିଭିନ୍ନ ପ୍ରକାରବୃକ୍ଷଲତା ରେ ପୂର୍ଣ୍ଣ ମୂଲ୍ୟବାନ ଜଙ୍ଗଲ ପୋଡ଼ି ନଷ୍ଟ ହୋଇ ଯାଉଛି ।ଏଣୁ ଜଙ୍ଗଲ ରେ ନିଆଁ ଲାଗି ଥିବାରଦେଖିବା ମାତ୍ରେ ତୁରନ୍ତ ବନ ବିଭାଗ କୁ ଖବର ଦେବାସହନିଜେ ନିଆଁ ଲିଭାଇବା ପାଇଁ ପ୍ରୟାସ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇ ଥିଲା । ଟିକିରି ବନାଞ୍ଚଳଅଧିକାରୀ ଅନୀଲ କୁମାର ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ମିନି ମାରାଥନ ଆୟୋଜିତ  ହୋଇଥିଲା।  ଟିକିରି ବନ ପାଳ ଡମ୍ବୁରୁ ଧର ସେନାପତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଲେଲି ଗୁମା ଫରେଷ୍ଟର ଏରକେନଶବର ସହିତ ବନ ରକ୍ଷୀ ଖଗେଶ୍ୱର ମାଝୀ,  ସବିତା କୁଡ଼ରୁକା ,ମେନକା ନାଏକ, ଦୀପ୍ତି ବର୍ଦ୍ଧନ ସହିତ ସ୍ୱେଚ୍ଛାସେବୀ ସୁରେନ୍ଦ୍ର ମାଝୀ ଦେବେନ୍ଦ୍ର ଆଶାଡ଼ା ଏବଂ ଆଣ୍ଟି ସ୍ମଗଲିଙ୍ଗ ସ୍କୁୱାର୍ଡ଼ ଏବଂ ଅନ୍ୟମାନେ ସହଯୋଗ କରିଥିଲେ  ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.