ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର, ଦମ୍ପତି ମୃତ

Published By : Prameya | February 7, 2025 12:51 PM

ଗୁଣପୁର, ୦୭/୦୨ : ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର। ଦମ୍ପତି ମୃତ ୪ ଗୁରୁତର। ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଏହି ଖବରଟିକୁ ପଢନ୍ତୁ- ଟ୍ରକ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, ପରିଚୟ ଅସ୍ପଷ୍ଟ

ସୂଚନାନୁଯାୟୀ, ଶୁକ୍ରବାର ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିଛି। ଇଟା ତଳେ ଚାପି ହୋଇ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ୪ କଣ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଗୁଣପୁର ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ୪ ଗୁରୁତରଙ୍କୁ ଗୁଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.