ଭୁବନେଶ୍ୱର,୨୨/୦୨ : ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ଅଧିବେଶନର ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି କାର୍ଯ୍ୟ ଦିବସ ଅଛି ।
ରାଜ୍ୟପାଳଙ୍କ ଅଭିଭାଷଣ ସହ ଗତ ୧୩ ତାରିଖରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ୧୭ ତାରିଖରେ ୨୦୨୫-୨୫ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିଥିଲେ । ମାର୍ଚ୍ଚ ୭ରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବ । ପ୍ରଥମ ଦିନରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୧୦ରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ ।
ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ମାର୍ଚ୍ଚ ୧୪ ଏବଂ ୧୫ ଛୁଟି ରହିବ । ୨୮ ତାରିଖରେ ଶେଷ ଖର୍ଚ୍ଚ ଦାବି ଆଲୋଚନା ହେବ । ମାର୍ଚ୍ଚ ୨୯ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ମାର୍ଚ୍ଚ ୩୦ ରବିବାର ଓ ୩୧ ଇଦ୍ ଉଲ୍ ଫିତର ଏବଂ ଏପ୍ରିଲ ୧ ଉତ୍କଳ ଦିବସ ଛୁଟି ରହିଛି । ତା’ପରେ ଏପ୍ରିଲ ୨ରୁ ୫ ପର୍ଯ୍ୟନ୍ତ ବିଧାନସଭା କାର୍ଯ୍ୟ ରହିଛି।
ଏହି ଖବରଟିକୁ ପଢନ୍ତୁ- ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି