ପ୍ରମୂଖ ଖବର
  • କଂଗ୍ରେସ ବିଧାୟକ ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ, ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ

Published By : Harapriya Sethi | March 3, 2025 10:02 AM

ଭୁବନେଶ୍ୱର, ୦୩/୦୩: ବିଷମକଟକ ପୋଲିସକୁ ମିଳିସା ସଫଳତା। ଟ୍ରେନ୍‌ ଯୋଗେ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଳାଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମାଡି ବସିଲା ପୋଲିସ । ୨୧ କେଜି ଗଞ୍ଜେଇ ଜବତ କରି ଦୁଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି  । ଗିରଫ ମାଫିଆ ମାନେ ହେଲେ ତାମିଲନାଡୁ ରାଜ୍ୟର ଟି.ସତୀଶ କୁମାର ଓ ଉତ୍ତର ପ୍ରଦେଶର ମହମ୍ମଦ ହମିଦ୍ । ରାୟଗଡା ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ଆସିଛି । 

ସୂଚନା ମୁତାବକ, ଚନ୍ଦ୍ରପୁରରୁ ଛତିଶଗଡକୁ ଟ୍ରେନ୍‌ରେ ଗଞ୍ଜେଇ ଚୋରା ଚାଲାଣ କରିବା ନିମନ୍ତେ ଦୁଇ ଚାଲାଣକାରୀ ପ୍ରସ୍ତୁତ ହେଉଥିଲେ । ଏନେଇ କୌଣସି ସୂତ୍ରରୁ ଖବର ପାଇ ବିଷମକଟକ ପୋଲିସ ବିଷମକଟକ ରେଳ ଷ୍ଟେସନ ପାଖରୁ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିଲା । ସେମାନଙ୍କୁ ପଚରାଉଚରା କରିଥିଲା ଏବଂ ତାଙ୍କ ପାଖରେ ଥିବା ୩ ଟି ବ୍ୟାଗ୍‌କୁ ମଧ୍ୟ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଉକ୍ତ ବ୍ୟାଗ୍‌ରୁ ୨୧ କିଲୋ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.