ପ୍ରମୂଖ ଖବର
  • ୧୨ ଏପ୍ରିଲରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଖୁବ୍‌ଶୀଘ୍ର ବିଜେପିକୁ ମିଳିପାରେ ନୂଆ ରାଜ୍ୟ ସଭାପତି
  • ||
  • ଭୁବନେଶ୍ୱର ଏୟାରପୋର୍ଟରୁ ବନ୍ୟଜନ୍ତୁ ଉଦ୍ଧାର, ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ
  • ||
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ଚାଲାଣ ପାଇଁ ଯୋଜନା ବେଳେ ମାଡି ବସିଲା ପୋଲିସ, ୨କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ ଜବତ

Published By : Harapriya Sethi | March 19, 2025 7:44 AM

ଭୁବନେଶ୍ୱର, ୧୯/୦୩: ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖା ଯାଇଥିବା ବେଳେ ମାଡି ବସିଲା ପୋଲିସ। ଯାତ୍ରୀ ବିଶ୍ରାମାଗାର ନିକଟରୁ ଜବତ ହେଲା ୨ କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଲକାବାଜୁ ଗାଁ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ମୁନିଗୁଡ଼ା ଥାନା ଅଧିନରେ ଥିବା ଡାଙ୍ଗସୋରଡା ଫାଣ୍ଡିର ଏସଆଇ ନରେଦ୍ର ବେହେରା ପାଟ୍ରୋଲିଂ କରୁଥିଲେ । ପାଟ୍ରୋଲିଂ କରିବା ସମୟରେ ବାଲକାବାଜୁ ଗାଁ ନିକଟରେ ଥିବା ଏକ ଯାତ୍ରୀ ବିଶ୍ରାମାଗାର ନିକଟରେ କିଛି ବସ୍ତା ରଖା ଯାଇଥିବା ଦେଖିଥିଲେ । ବସ୍ତା ଗୁଡ଼ିକ ଦେଖି ସେଥିରେ ଗଞ୍ଜେଇ ଥିବା ସନ୍ଦେହ କରି ତୁରନ୍ତ ମୁନିଗୁଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ମୁନିଗୁଡା ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ବସ୍ତା ଗୁଡ଼ିକୁ ଯାଞ୍ଚ କରିବା ବେଳେ ୨୧ଟି ବସ୍ତାରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଉକ୍ତ ଗଞ୍ଜେଇ ବସ୍ତା ଗୁଡ଼ିକୁ ମୁନିଗୁଡା ଥାନାକୁ ଆଣି ଓଜନ କରିବା ବେଳେ ୨କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ ଥିଲା । ଏହି ଘଟଣାରେ କୌଣସି ଚାଲାଣକାରୀକୁ ଗିରଫ କରାଯାଇନାହିଁ । ତେବେ ଯାତ୍ରୀ ବିଶ୍ରାମାଗାର ନିକଟରେ କିଏ ଏହି ଗଞ୍ଜେଇ ରଖିଥିଲା, ତାହାର ତଦନ୍ତ ଚଲାଇଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.