ଭୁବନେଶ୍ୱର,୨୭/୦୩: କୋଲନରା ବ୍ଳକ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ମା ବାଙ୍ଗାରାମା ନାମକ ବସ୍। ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୨୩ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
ସୂଚନା ମୁତାବକ, ମା ବାଙ୍ଗାରାମା ବସ୍ ୪୫ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଆସୁଥିଲା । ବାଟରେ ମୁକୁନ୍ଦପୁର ଘାଟି ପଡ଼ିଥିଲା । ଘାଟିରେ ଯାଉଥିବା ବେଳେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୩ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି । ତେବେ ଏହି ଦୁର୍ଘଟଣାରେ ବସ୍ର ସମସ୍ତ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଥିବା ନେଇ ଯାତ୍ରୀ କହିଛନ୍ତି।