ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୧୨ ବିଧାୟକଙ୍କୁ ନିଲମ୍ବନ ଘଟଣା: ଗାନ୍ଧି ମାର୍ଗରେ ଯୁବ କଂଗ୍ରେସର ପ୍ରତିବାଦ, ୨୭ରେ ଘେରିବେ ବିଧାନସଭା

Published By : Harapriya Sethi | March 26, 2025 8:10 AM

ଭୁବନେଶ୍ୱର,୨୬/୦୩: ବିଧାନସଭାରେ ୧୨ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାକୁ ତୀବ୍ର ସମାଲୋଚନା କରିଛି ଯୁବ କଂଗ୍ରେସ । ମଙ୍ଗଳବାର ରାତିରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାତିସାରି ରାଜରାସ୍ତାରେ ଧାରଣା ଦେଇଥିଲେ ବିଧାୟକ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ତୁରନ୍ତ ସରକାର ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ ।

ରାଜ୍ୟରେ ନାରୀଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ୨୭ରେ କଂଗ୍ରେସ ବିଧାନସଭା ଘେରିବ । ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତଙ୍କୁ ଏକଜୁଟ ହେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଏ ଲଢେଇ ନାରୀଙ୍କ ପାଇଁ । ବାରମ୍ବାର ନାରୀ ଓ ଶିଶୁ ନିଖୋଜ ହେଉଛନ୍ତି । ବିଗତବର୍ଷମାନଙ୍କରେ ୪୪ହଜାର ୮୨୩ ମହିଳା ନିଖୋଜ ଥିବା ବେଳେ ସେଥିମଧ୍ୟରୁ ୮ହଜାର ଶିଶୁ ନିଖୋଜ ରହିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି । 

ରାଜ୍ୟରେ ଡବଲ ଇଂଜିନ ସରକାର ଥିବା ବେଳେ ୧୬ଶହ ମହିଳାଙ୍କୁ ନିର୍ଯ୍ୟାତନା ଓ ୫୪ ମହିଳାଙ୍କୁ ବଳାତ୍କାର କରାଯାଇଛି । ତଥାପି ସରକାର ନିରବ । ଏବେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି । ଏପର୍ଯ୍ୟନ୍ତ ରାଜ୍ୟ ସରକାର ବିଧାନସଭାରେ ଗୃହ କମିଟି ତିଆରି କରିପାରିନାହାନ୍ତି । ସର୍ବଦଳ ନେତାଙ୍କୁ ନେଇ କମିଟି କଲେ ସେମାନେ ବିଭିନ୍ନ ଘଟଣାର ଅନୁଧ୍ୟାନ କରବେ ବୋଲି କଂଗ୍ରେସ ଦାବି କରୁଛି । କ୍ଷୋଭର କଥା, ବିଜେଡି ମଧ୍ୟ ଏ ପ୍ରସଙ୍ଗକୁ ସମର୍ଥନ କରୁନି । ଏହା ଦୁଃଖର କଥା । ତେଣୁ ମହିଳାଙ୍କ ସୁରକ୍ଷା ପାଇଁ କଂଗ୍ରେସ ଲଢୁଛି, ଲଢିଚାଲିବ । ଏଥିରେ କୃଷକ, ଛାତ୍ର, ମହିଳା, ଆଦିବାସୀ ତଥା ସମସ୍ତ ରାଜ୍ୟବାସୀଙ୍କ ସହଯୋଗ ଦରକାର ବୋଲି ଭକ୍ତ କହିଛନ୍ତି । ଯଦି ବିରୋଧୀ ଦଳର ନେତୃବୃନ୍ଦ ଚାହିଁବେ ସେମାନେ ମଧ୍ୟ ଆନ୍ଦୋଳନରେ ଯୋଗଦେଇପାରିବେ ବୋଲି ସେ କହିଛନ୍ତି । ମଙ୍ଗଳବାର ଏଆଇସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷା ତଥା ଜାତୀୟ କଂଗ୍ରେସ ମୁଖପାତ୍ର ସୁପ୍ରିୟା ସ୍ରିନେତ୍‌ ଏବଂ ଓଡିଶା ସାମାଜିକ ଗଣମାଧ୍ୟମ ଏଆଇସିସି ପ୍ରଭାରୀ ସୁମିତ୍‌ ଦୁବେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏ ଅବସରରେ ସୁପ୍ରିୟା ପିସିସି ସଭାପତି ଭକ୍ତଙ୍କୁ ଭେଟିଥିଲେ । ରାଜ୍ୟରେ ବୃଦ୍ଧି ପାଉଥିବା ଏବଂ ପ୍ରତିଦିନ ମହିଳା ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ହେଉଥିବା ନିର୍ଯାତନା ସମ୍ପର୍କରେ ଭକ୍ତଙ୍କ ସହ ଆଲୋଚନା କରି ୨୭ରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବାକୁ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.