ରାଉରକେଲା,୨୫ା୩(ବ୍ୟୁରୋ): ଭାରତୀୟବିମାନବନ୍ଦର ପ୍ରାଧିକରଣ(ଏଏଆଇ)ରଯୋଜନା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଟିମ୍ ଆଜି ରାଉରକେଲା ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ରାଉରକେଲା ବିମାନ ବନ୍ଦରକୁ୪-ସି ଲାଇସେନ୍ସ ପ୍ରଦାନ କରିବାକୁ କ’ଣକ’ଣ ଆବଶ୍ୟକତା ରହିଛି ସେନେଇସେମାନେ ଅନୁଧ୍ୟାନ କରିଛନ୍ତି । ଏପ୍ରିଲ ପ୍ରଥମସପ୍ତାହରେ ଅବଷ୍ଟାକଲ୍ ଲିମିଟେସନ୍ ସରଫେସ୍(ଓଏଲ୍ଏସ୍) ଟିମ୍ ମଧ୍ୟ ରାଉରକେଲା ବିମାନବନ୍ଦର ଅନୁଧ୍ୟାନ କରିବ ବୋଲି ସୂଚନା ମିଳିଛି ।ରାଉରକେଲା ବିମାନ ବନ୍ଦରକୁ ୪-ସିଲାଇସେନ୍ସପ୍ରାପ୍ତ ବିମାନ ବନ୍ଦରରେ ପରିଣତକରିବାକୁ ରାଜ୍ୟ ସରକାର ଗତ ଫେବୃଆରୀମାସ ୧୫ ତାରିଖ ଦିନ ଏଏଆଇ ଅଧ୍ୟକ୍ଷଙ୍କୁ ଚିଠିଲେଖିଥିଲେ । ଏହାସହ ବିମାନ ବନ୍ଦରର ଉନ୍ନତିପାଇଁ ଅନୁଧ୍ୟାନ କରିବାକୁ ରାଜ୍ୟ ସରକାର ଚଳିତମାସ ୬ ତାରିଖ ୪୦ଲକ୍ଷ ୫୨ହଜାର୯୪୬ଟଙ୍କାମଧ୍ୟ ଏଏଆଇକୁ ପ୍ରଦାନ କରିଛନ୍ତି ।ଏଏଆଇ ଯୋଜନା ନିର୍ଦ୍ଦେଶାଳୟ ପକ୍ଷରୁଏକ ଛଅ ଜଣିଆ ଟିମ୍ ରାଉରକେଲା ବିମାନବନ୍ଦରର ଅନୁଧ୍ୟାନ କରିଛନ୍ତି । ସିଭିଲ ବିଭାଗରଡିଜିଏମ୍ ଭି.ଆର.ଟପ୍ପୋ, ସିଏନ୍ଏସ୍ ବିଭାଗରଡିଜିଏମ୍ କେ.କେ.ବିନ୍ଧାଣି, ଏଟିଏମ୍-ଏଫପିଡିବିଭାଗର ଡିଜିଏମ୍ ପ୍ରବୀଣ ଉନ୍ନ କ୍ରିଷ୍ଣନ୍,ପିଆଇଜି ବିଭାଗର ଏସ୍ଏମ୍ ଅବଦୁଲ ଅଜିଜ,ଓପିଏସ୍ ବିଭାଗର ମହାପ୍ରବନ୍ଧକ ଅଜୟ କୁମାରଓ ଆର୍କିଟେକ୍ଟ ବିଭାଗର ସହକାରୀ ପ୍ରବନ୍ଧକମେଘା ରୋହିଲା ଓ ଭୁବନେଶ୍ୱର ବିମାନବନ୍ଦରର ପୂର୍ବତନ ପ୍ରବନ୍ଧକ ତଥା ଏଏଆଇପ୍ରକଳ୍ପର ନୋଡାଲ ଅଧିକାରୀ ସୁରେଶ ଚନ୍ଦ୍ରହୋତା ପ୍ରମୁଖ ଆସି ରାଉରକେଲା ବିମାନବନ୍ଦର ପାଇଁ ଆବଶ୍ୟକ ଥିବା ଜାଗା ନିରୀକ୍ଷଣସହିତ ଓମ୍ଫେଡ୍ ନିକଟସ୍ଥ ଅଞ୍ଚଳ, ପ୍ରଧାନପାଲି,ଡିପିଏସ୍ ସ୍କୁଲ ନିକଟ, ସେକ୍ଟର-୧୩ପଡିଆ ପରିଦର୍ଶନ କରିଥିଲେ ।
ଏହାପରେରାଉରକେଲା ବିମାନ ବନ୍ଦର ପାଇଁ ପ୍ରସ୍ତୁତନକ୍ସା ଅନୁଧ୍ୟାନ କରିଥିଲେ । ବିଶେଷ ସୂତ୍ରରୁମିଳିଥିବା ସୂଚନା ଅନୁଯାୟୀ ରାଉରକେଲାବିମାନ ବନ୍ଦରକୁ ୪-ସି କାଟାଗୋରୀର ବିମାନବନ୍ଦର କରିବା ପାଇଁ ଅତିକମ୍ରେ ୩୦୦ଏକରଜାଗାର ଆବଶ୍ୟକତା ରହିଛି । ବର୍ତ୍ତମାନରାଉରକେଲା ବିମାନ ବନ୍ଦର ପ୍ରାୟ ୧୫୦ଏକରଉପରେ ଅଛି । ଆଉ ପ୍ରାୟ ୧୫୦ଏକର ଜାଗାରୁ୧୨୦-୧୩୦ଏକର ଜାଗା ସେଲ୍ ଅଧୀନରେଥିବା ବେଳେ ବାକି ଜାଗା ସରକାରଙ୍କ ଅଧୀନରେଅଛି । ସେଲ୍ ଏହି ଜାଗା ରାଜ୍ୟ ସରକାରଙ୍କୁହସ୍ତାନ୍ତର କଲେ ସରକାର ଉକ୍ତ ଜାଗାକୁଏଏଆଇକୁ ପ୍ରଦାନ କରିବେ । ସେହିପରି ଆସନ୍ତାଏପ୍ରିଲ ମାସ ପ୍ରଥମ ସପ୍ତାହରେ ଓଏଲ୍ଏସ୍ ଟିମ୍ଆସି ଅନୁଧ୍ୟାନ କରିବ । ଉଭୟ ଟିମ୍ର ଅନୁଧ୍ୟାନପରେ ୪-ସି କାଟାଗୋରୀର ବିମାନ ବନ୍ଦର ପାଇଁନକ୍ସା ପ୍ରସ୍ତୁତ କରାଯାଇ ଏହା ଉପରେ କାର୍ଯ୍ୟଆରମ୍ଭ କରାଯିବ ।ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କପକ୍ଷରୁ କିଛିଦିନ ତଳେ ପ୍ରମୁଖ ସଚିବ ଉଷାପାଢ଼ୀଙ୍କ ସ୍ୱାକ୍ଷରରେ ଏଏଆଇ ନିକଟକୁଏକ ପତ୍ର ଯାଇଥିଲା ³ଯେଉଁଥିରେ ୪-ସି ଓଅନ୍ୟାନ୍ୟ ପ୍ରସଙ୍ଗର ଆବଶ୍ୟକତା ନେଇ ଗୁରୁତ୍ୱଦିଆଯାଇଥିଲା ।
ଏହାପରେ ଏଏଆଇର ପ୍ରାୟସମସ୍ତ ଆବଶ୍ୟକ ଶୃଙ୍ଖଳର ଟିମ୍ ବା ‘ମଲ୍ଟିଡିସିପ୍ଲିନାରୀ ଟିମ୍’ ପକ୍ଷରୁ ପ୍ରାକ୍ ବ୍ୟବହାର୍ଯ୍ୟତାଅନୁଧ୍ୟାନ (ପ୍ରି ଫିଜିବିଲିଟି ଷ୍ଟଡି)ଲକ୍ଷ୍ୟରହିଥିଲା । ରାଜ୍ୟ ସରକାର ଏହି ବାବଦରେଆବଶ୍ୟକ ବ୍ୟୟଭାର ମୁଣ୍ଡାଇବାକୁ ଯାଇଏଏଆଇ ନିକଟରେ ୪୦,୫୨,୯୪୬/-ଟଙ୍କାଗତ ୬ମାର୍ଚ୍ଚରେ ଜମା କରିଥିଲେ । ଏହାପରେଏଏଆଇର ଟିମ୍ ତିନିଦିନିଆ ଗସ୍ତରେରାଉରକେଲା ପହଞ୍ଚିଛନ୍ତି । ରାଉରକେଲାବିମାନ ବନ୍ଦର ୪-ସି କାଟାଗୋରୀର ହେଲେଏଠାକୁ ଅଧିକ କ୍ଷମତା ବିଶିଷ୍ଟ ବିମାନ ନିୟମିତଚଳାଚଳ କରିବା ସହ, ଆଇଏଲ୍ଏସ୍ ଯୋଗୁଁରାତି ୍ରକାଳୀନ ବିମାନ ଅବତରଣ, ସୋଲାରପାନେଲ୍, ୨୫୦ ବିଶିଷ୍ଟ ଟମି ର୍ନାଲ କୋଠା,କନ୍ଭେନସନ୍ ହଲ୍, କାଫେଟାରିଆ ଲାଉଞ୍ଜସମେତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିବ ।ସୂଚନାଯୋଗ୍ୟ ଯେ, ଏବେ ଝାରସୁଗୁଡ଼ାବିମାନବନ୍ଦରରୁ ଯା’ଆସ କରୁଥିବା ଅଧିକାଂଶବିମାନରେ ନିୟମିତରାଉରକେଲାର ଯାତ୍ରୀଯାତାୟାତ କରୁଛନ୍ତି । ରାଉରକେଲା ପୂର୍ଣ୍ଣାଙ୍ଗବିମାନବନ୍ଦର ଭାବେ ବିକଶିତ ହୋଇ ଏଠାରୁନିୟମିତ ସେବା ମିଳିଲେ, ଲୋକେ ଅନ୍ୟବିମାନବନ୍ଦର ଉପରେ ନିର୍ଭର କରିବେ ନାହିଁ ।