ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପଳାସ ଗଛରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Prameya | March 26, 2025 1:32 PM

ଭୁବନେଶ୍ଵର, ୨୬/୦୩ : ପଳାସ ଗଛରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଗୋଛାପଡ଼ା ନର୍ସରୀ ନିକଟରେ ଏଭଳି ଘଟଣା ଘଟିଛି। ଖବର ପାଇ ବଘିଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ନାବାଳକ ଦୁର୍ଗାପ୍ରସାଦ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। 

ସୂଚନାନୁଯାୟୀ, ବଘିଆପଡ଼ା ଫାଣ୍ଡି ଗୋଛାପଡ଼ା ନର୍ସରୀ ନିକଟରେ ଏକ ପଳାସ ଗଛରେ ଜଣେ ନାବାଳଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ନାବାଳକ ଦୁର୍ଗାପ୍ରସାଦ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ପରିବାର ଲୋକ ଖବର ପାଇ ମୃତଦେହ ଚିହ୍ନଟ କରିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି। ନାବାଳକଙ୍କ ଗୋଡ଼ ମାଟିରେ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଗୁଡିଆପୋଖରୀରେ ସଡ଼କ ଦୁର୍ଘଟଣା, ୨ ମୃତ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.