ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ଵନ ଘଟଣା, ଦୃଢ ନିନ୍ଦା କଲେ ନରସିଂହ ମିଶ୍ର ଓ ପ୍ରସାଦ ହରିଚନ୍ଦନ

Published By : Anindita Ratha | March 26, 2025 1:18 PM

ଭୁବନେଶ୍ବର, ୨୬/୦୩:  କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ଵନ ଘଟଣାକୁ ନେଇ ଦୃଢ ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର  ଓ ପ୍ରସାଦ ହରିଚନ୍ଦନ ।  ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ବିରୋଧୀଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି। ଧାରଣରତ କଂଗ୍ରେସ ବିଧାୟକଙ୍କୁ ମାଷ୍ଟର କ୍ୟାଣ୍ଟିନରେ ଛାଡି ଦେଲେ। ସରକାରଙ୍କ ଚାପରେ କଂଗ୍ରେସ ଚାପିବ ନାହିଁ। ବିରୋଧ ଓ ପ୍ରତିବାଦକୁ ଆହୁରି ସାଣିତ କରାଯିବ। ଆସନ୍ତାକାଲି ବିଧାନସଭା ଘେରାଉ କରାଯିବା ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କଂଗ୍ରେସ ଦୃଢ଼ ପ୍ରତିବାଦ କରିବ  । 

ଏହା ମଧ୍ୟ ପଢନ୍ତୁ-  ବିଧାୟକଙ୍କୁ ଗୃହରୁ ନିଲମ୍ଵନ ଘଟଣା ନିନ୍ଦନୀୟ, ୨୭ରେ ଜବାବ ଦେବ କଂଗ୍ରେସ : ଜୟଦେବ ଜେନା

ସେହିପରି ଅନ୍ୟପଟେ ଏନେଇ ପ୍ରସାଦ ହରିଚନ୍ଦନ କହିଛନ୍ତି, କୁରୁସଭାରେ ଦ୍ରୌପଦୀର ବସ୍ଥହରଣ କଲା ଭଳି କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଗଲା। କୁହାଯାଉଛି କର୍ଣ୍ଣାଟକ ଘଟଣାର ଏହା ଜବାବ। ମୋଟେ ଏହା ନୁହଁ। ଉଦାହରଣ ଅଛି, ୧୯୯୫ରେ ସ୍ୱତନ୍ତ୍ର ବିଚାରଳୟ ବିଧେୟକ ନେଇ ରାତି ତମାମ ବିରୋଧୀ ଦଳ ବିଧାନସଭାରେ ରହିଥିଲେ। ହେଲେ ତତ୍କାଳୀନ କଂଗ୍ରେସ ସରକାର କାହାକୁ ନିଲମ୍ବନ କରିନଥିଲା। ପରେ ବିଜେଡି ସରକାର ଥିବା ବେଳେ ୨୦୧୨ରେ ଗୁରୁତ୍ୱପୂର୍ଣ ଆଲୋଚନା ବେଳେ ୨ ମିନିଟରେ ବିଧାନସଭାକୁ ବନ୍ଦ କରାଯାଇଥିଲା। ଆମର ପ୍ରତୀକ ବିଧାନସଭା ଚାଲିଥିଲା। ଯାହା ଖବର ମଧ୍ୟ ପ୍ରକାଶ ପାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.