ତିଗିରିଆ,୧୮/୭ : ଆଠଗଡ଼ ରେଞ୍ଜ ତିଗିରିଆ ଥାନା ଅନ୍ତର୍ଗତ ଭେଜିଆଠାରେ ବାଘର ପାଦ ଚିହ୍ନ l ଲୋକମାନେ ଏହାକୁ ନେଇ ଛାନିଆ ହୋଇଛନ୍ତି l ସୂଚନା ଅନୁସାରେ ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ପଙ୍କାଳ ନିକଟରେ ଥିବା ଜଙ୍ଗଲକୁ ଯାଉଥିବାବେଳେ ଏହା ମଧ୍ଯ ଦେଇ ଯାଇଥିବା ରେଙ୍ଗାଲି କେନାଲ ନିକଟରେ ଅଜଣା ବନ୍ୟ ଜନ୍ତୁର ପାଦ ଚିହ୍ନ ଦେଖିବାକୁ ପାଇଥିଲେ l ଏ ନେଇ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ l ବନ ବିଭାଗ ଖବର ପାଇବା ପରେ ଏସିଏଫ୍ ନୀଳମାଧବ ସାହୁଙ୍କ ତତ୍ତ୍ଵାବଧାନରେ ଆଠଗଡ଼ ଡିଏଫ୍ଓ ଯଜ୍ଞଦତ୍ତ ପତି, ତିଗିରିଆ ବନପାଳ ପ୍ରଶାନ୍ତ ପରିଡ଼ା ପ୍ରମୁଖଙ୍କ ସହିତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ଏକ ବନ୍ୟ ଜନ୍ତୁ ପାଦଚିହ୍ନ ମିଳିଥିଲା। ଏହା କିନ୍ତୁ ବାଘର ପାଦଚିହ୍ନ ନ ଥିଲାବେଳେ କଟାସ ନାମରେ ଏକ ବନ୍ୟ ଜନ୍ତୁ ଯାହା ବଣ ଭୁଆ ପରି ଦେଖିବାକୁ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି l ଏହାକୁ ନେଇ ଜନ ସାଧାରଣ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି ଏସିଏଫ୍ ଶ୍ରୀ ସାହୁ।

ବେଙ୍ଗଲ ବାସୀଙ୍କୁ ମୋଦୀଙ୍କ ଅନୁରୋଧ, ଏପରି ଏକ ସରକାର...