ପ୍ରମୂଖ ଖବର
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ପାଞ୍ଚ ଦିନ ପରେ କଲେଜରେ ପାଠପଢ଼ା ସ୍ଵାଭାବିକ

Published By : Swapna Ray | July 18, 2025 1:10 PM

ବାଲେଶ୍ୱର,୧୮/୭: ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ପରେ ଫକୀର ମୋହନ କଲେଜରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । କଲେଜ ପରିସରରେ ପୁଲିସ ଛାଉଣୀ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ କଲେଜ ଆସିବା ବନ୍ଦ କରିଦେଇଥିଲେ । ଭୟରେ କିଛି ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ପଳାଇଥିଲେ । ଫଳରେ କଲେଜରେ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା ।

ତେବେ ଘଟଣାର ୫ ଦିନ ପରେ ସ୍ଥିତି ସ୍ୱାଭାବିକ ହେବାରୁ ଶୁକ୍ରବାରଠାରୁ କ୍ଲାସ୍ ଆରମ୍ଭ ହୋଇଛି । ସେହିପରି ଆଡ୍‌ମିଶନ ଏବଂ ସିଏଲସି ନେବା ପ୍ରକ୍ରିୟା ମଧ୍ୟ ସ୍ଵାଭାବିକ ହୋଇଛି । ଗତ ୧୨ତାରିଖ ଦିନ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ, ୧୩ ତାରିଖରୁ କୌଣସି ପିଲା କ୍ଲାସ୍ କରିବା ପାଇଁ ଆସିନଥିଲେ । ମୁଖ୍ୟ କ୍ୟାମ୍ପସରେ ସମସ୍ତ କ୍ଲାସ୍ ବନ୍ଦ ଥିବାବେଳେ କମର୍ସ କ୍ୟାମ୍ପସ ଏବଂ ଇଷ୍ଟ କ୍ୟାମ୍ପସରେ ପରୀକ୍ଷା ଚାଲିଥିଲା । ଶୁକ୍ରବାରଠୁ ସମସ୍ତ ବିଭାଗରେ କ୍ଲାସ୍ ହେବା ନେଇ ବିଭାଗର ମୁଖ୍ୟମାନେ ସୂଚନା ଦେଇଥିଲେ । ଶୁକ୍ରବାର କିଛି ଛାତ୍ରଛାତ୍ରୀ କଲେଜ ଆସିଥିବା ଦେଖିବାକୁ ମିଳିଛି । ମୁଖ୍ୟ କ୍ୟାମ୍ପସରେ ତଦନ୍ତ ଚାଲିଥିବାରୁ ଆଜି ଅନେକ କ୍ଲାସ୍ କମର୍ସ କ୍ୟାମ୍ପସ ଏବଂ ଇଷ୍ଟ କ୍ୟାମ୍ପସରେ ଚାଲିଛି ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.