ପ୍ରମୂଖ ଖବର
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ରେଭେନ୍ସା ଛାତ୍ରୀ, ମହିଳା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ଅପରାହ୍ଣ ସାଢ଼େ ୫ଟା ପରେ କ୍ୟାମ୍ପସ୍‌ ମନା
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବ୍ରାହ୍ମଣୀ ଏବଂ ଖରସ୍ରୋତାର ପ୍ରକୋପ; ୭୦ ହଜାର ଲୋକ ଜଳବନ୍ଦୀ, କ୍ଷୋଭ ପ୍ରକାଶ କଲା ବିଜେଡି

Published By : Swapna Ray | July 18, 2025 11:30 AM

ଆଳି, ୧୮।୭: ଆଳି ବ୍ଲକରେ ବନ୍ୟା ପାଣିରେ ହନ୍ତସନ୍ତ ଲୋକେ । ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଆସିବା ଫଳରେ ଗତ ଚାରି ଦିନ ହେବ ୭୦ ହଜାର ଲୋକ ପାଣି ଘେରରେ ରହିଛନ୍ତି । ବନ୍ୟା ପୀଡ଼ିତଙ୍କ ନିକଟରେ ଏଯାଏଁ ପ୍ରଶାସନ କିମ୍ବା କୌଣସି ଶାସକ ଦଳ ନେତା ପହଞ୍ଚି ନାହାନ୍ତି । ଏଯାଏଁ ରିଲିଫ୍ ସାମଗ୍ରୀ ପହଞ୍ଚି ନାହିଁ । ଯାହା ଆଳି ବ୍ଳକ୍ ପ୍ରଶାସନର ଉଦାସୀନତାକୁ ଦର୍ଶାଉଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିଛନ୍ତି ଆଳି ବିଧାୟକ ପ୍ରତାପ କେଶରୀ ଦେବ l 

ବନ୍ୟା ଯୋଗୁଁ ମାନପୁର-ଗୋବିନ୍ଦପୁର ରାସ୍ତାର ଡିମିରିପାଳ ନିକଟରେ ରାସ୍ତାରେ ୬ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହୋଇ ଧୋୟାଞ୍ଚଳର ୧୦ ପଞ୍ଚାୟତ ଆଳି ସହିତ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି l ସେଠାରେ ପ୍ରଶାସନ ପକ୍ଷରୁ ଡଙ୍ଗାର ବ୍ୟବସ୍ଥା ହୋଇନାହିଁ l ବନ୍ୟାରେ ଲୋକମାନେ ଜଳବନ୍ଦୀ ହୋଇ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ରିଲିଫ୍ ମଧ୍ୟ ଯୋଗାଇ ଦିଆଯାଉନି l ତୁରନ୍ତ ରାଜ୍ୟ ସରକାର ଆଳି ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଜିଲ୍ଲା ପରିଷଦ ଉପାଧକ୍ଷ ଭୀଷ୍ମ ମହାନ୍ତି ଯୋଗ ଦେଇଥିଲେ l

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.