ପ୍ରମୂଖ ଖବର
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ରେଭେନ୍ସା ଛାତ୍ରୀ, ମହିଳା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ଅପରାହ୍ଣ ସାଢ଼େ ୫ଟା ପରେ କ୍ୟାମ୍ପସ୍‌ ମନା
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ

Published By : Swapna Ray | July 18, 2025 10:56 AM

କୋକସରା, ୧୮।୭: ସୋସିଆଲ ମିଡିଆରେ ଚାକିରି ପାଇଁ ପ୍ରଲୋଭନ ଦେଖାଇଥିଲେ । ପରେ ନିଯୁକ୍ତି ବାହାନାରେ ରାଜସ୍ଥାନକୁ ଡାକି ଯୁବତୀଙ୍କୁ ନିର୍ଯାତନା ଦେଉଥିଲେ । ଏନେଇ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନର ସହଯୋଗରେ କୋକସରା ବ୍ଲକ୍ ଉପାଧ୍ୟକ୍ଷ ଦ୍ବାରା ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପରେ ଯୁବତୀ ଜଣଙ୍କ ନିଜ ଘରକୁ ଫେରିଛନ୍ତି । 

ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀ ଫେସବୁକରେ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ମାସେ ଧରି ସେ ଯୁବକଙ୍କ ସମ୍ପର୍କରେ ଥିଲେ । ପରବର୍ତ୍ତୀ ସମୟରେ ଯୁବକ ଜଣକ ନିଯୁକ୍ତି ପ୍ରଲୋଭନ ଦେଖାଇ ତାଙ୍କୁ ରାଜସ୍ଥାନ ଆସିବାକୁ କହିଥିଲେ । ଅଭିଯୁକ୍ତ ଯୁବକ ଜଣକ ଉଦୟପୁର ଜିଲ୍ଲା ପ୍ରତାପନଗର ଥାନାଞ୍ଚଳର ରତନ ଶର୍ମା ବୋଲି ଜଣାପଡ଼ିଛି । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଚାକିରି ଆଶାରେ ଯୁବତୀ ଜଣକ ରାଜସ୍ଥାନ ପଳାଇଯାଇଥିଲେ । ସେଠାରେ ପହଞ୍ଚିବା ପରେ ଯୁବକ ତାଙ୍କୁ ବନ୍ଦୀ ଭାବେ ରଖି ନିର୍ଯାତନା ଦେବା ଆରମ୍ଭ କରିଥିଲା । ଯୁବତୀ ଜଣକ କୌଣସି ମତେ ବନ୍ଦ କୋଠରୀରୁ ଖସି ଆସି ସ୍ଥାନୀୟ ପ୍ରତାପନଗର ଥାନାରେ ପହଞ୍ଚିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ । 

ଯୁବତୀ ନିଜ ଘରକୁ ଖବର ଦେବା ପରେ ତାଙ୍କ ମା’ କୋକସରା ବ୍ଲକ ଉପାଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବା ସହ ଝିଅକୁ ଓଡ଼ିଶାକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ । ବ୍ଲକ୍ ଉପାଧ୍ୟକ୍ଷ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜସ୍ଥାନ ପ୍ରତାପନଗର ଥାନାରେ ପହଞ୍ଚି ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ତାଙ୍କୁ ଫ୍ଲାଇଟ୍‌ରେ ଆଣିବା ସହ ଶୁକ୍ରବାର କୋକସରା ଥାନାରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି । 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.