ମଙ୍ଗଳପୁର, ୪/୫: ଚୋରିଙ୍କୁ ବାନ୍ଧିଲା ଯାଜପୁର ଜିଲ୍ଲା ମଙ୍ଗଳପୁର ପୁଲିସ । ଦୁଇଟି ଘରୁ ଚୋରି କରିଥିବା ୫ଜଣ ଡକାୟତ ଗିରଫ ହୋଇଛନ୍ତି । ସମସ୍ତଙ୍କୁ ପଚରାଉଚରା କରୁଛି ପୁଲିସ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅହିଆସ ଓ ମଲ୍ଲିକାପୁର ଅଞ୍ଚଳରେ ୨ଟି ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲୁଟ୍ କରିଥିଲେ । ଘରୁ ଏଲ୍ଇଡି ଟିଭି ସହ ପିତ୍ତଳ ବାସନକୁସନ ନେଇଯାଇଥିଲେ । ଏନେଇ ଅଭିଯୋଗ ୫ଜଣ ଡକାୟତଙ୍କୁ ଗିରଫ କରିଛି ମଙ୍ଗଳପୁର ପୁଲିସ ।
ଏହି ୫ ଅଭିଯୁକ୍ତ ଅହିଆସର ଆକାଶ ସେଠୀ ଓ ସମ୍ଭୁନାଥ ଦାସ, ମଲ୍ଲିକାପୁରର ଲିକୁ ଜେନା ଓ ସୁଜିତ୍ ଜେନା ଓ ଭଦ୍ରକ ଜିଲ୍ଲାର ଭାସ୍କର ଅଲି ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ । ଏହି ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳପୁର ଥାନା ଅଧିକାରୀ ଜଗଦୀଶ କର, ଏସ୍ଆଇ ବିଭୁତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ । ଏହି ଚୋରିରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l