କୋକସରା,୧୮/୦୭ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ଚାବୃପଡା ଗ୍ରାମରୁ ୭ ଫୁଟର ଅଜଗର ସାପ ଉଦ୍ଧାର। ଗାଁର ଦୁଲ୍ଲଭ ନାଏକଙ୍କ କୁକୁଡ଼ା ଭାଡ଼ିରୁ ଏହି ବିରାଟକାୟ ଅଜଗର ସାପକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି।
ସୂଚନାନୁଯାୟୀ, ଅଜଗର ସାପଟି ଦୁଲ୍ଲଭ ନାଏକଙ୍କ କୁକୁଡ଼ା ଭାଡ଼ିରେ ପଶି କିଛି କୁକୁଡ଼ାଙ୍କୁ ଖାଇ ଦେଇଥିଲା। ଆଉ କୁଆଡ଼େ ଯାଇ ନପାରି ଭାଡ଼ିରେ ରହିଯାଇଥିଲା। ଆଜି ସକାଳେ ଭାଡ଼ିରେ ଅଜଗର ସାପ ଦେଖି ପରିବାର ଲୋକେ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା। ଧର୍ମଗଡ଼ ଜଙ୍ଗଲ ବିଭାଗ ସ୍ନେକ ଉଦ୍ଧାରକାରୀ ଦଳର ସ୍ୱାଧୀନ ଦଣ୍ଡସେନା ଆସି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ସାହାଜଖୋଲ ଅଠର ନାଲା ଜଙ୍ଗଲରେ ଛଡା ଯାଇଥିବା ସୂଚନା ମିଳିଛି।