ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଗୁମା ଜଙ୍ଗଲରେ ମାଓ ଡମ୍ପ ଠାବ, ୬୦୦ ଡିଟୋନେଟର ଜବତ

Published By : Rasmita Pradhan | July 17, 2025 3:05 PM

କନ୍ଧମାଳ, ୧୭/୦୭ : ମାଓ ଯୋଜନା ପଣ୍ଡ। କମ୍ଵିଂ ଅପରେସନ ବେଳେ ମାଓ ଡମ୍ପ ଠାବ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଗୁମା ଜଙ୍ଗଲରେ ମାଓ ଡମ୍ପ ଠାବ ହୋଇଛି। ଡିଭିଏଫ୍ ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଦଳ ୬୦୦ ଡିଟୋନେଟର ଓ ଗୋଟିଏ ରିମୋଟ ଜବତ କରିଛନ୍ତି। ଯବାନଙ୍କୁ ଟାର୍ଗେଟ୍ କରିବାକୁ ନକ୍ସଲମାନେ ଏକ ବଡ଼ ଯୋଜନା କରୁଥିବା ବେଳେ ଉଦ୍ୟମ ଫେଲ୍ ମାରିଛି। 

ସୂଚନାନୁଯାୟୀ, କୋଟଗଡ଼ ଥାନା ଗୁମା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ କନ୍ଧମାଳ ଏସପିଙ୍କ ନେତୃତ୍ଵରେ ଡିଭିଏଫ୍ ବାହିନୀ ଗୁମା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଜଙ୍ଗଲରେ ଏକ ମାଓ ଡମ୍ପ ଠାବ ହୋଇଥିଲା। ଡିଭିଏଫ୍ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମାଟି ତଳୁ ୬୦୦ ଡିଟୋନେଟର ଓ ଗୋଟିଏ ରିମୋଟ ଉଦ୍ଧାର କରିଛନ୍ତି। ଜଙ୍ଗଲରେ ଏବେ କମ୍ଵିଂ ଅପରେସନ ଜାରି ରହିଛି। 

ଛତିଶଗଡ଼ରେ ନକ୍ସଲ ବିରୋଧି ଅପରେସନ ଜୋରଦାର ହୋଇଛି । ଏଣୁ ପ୍ରାଣ ବିକଳରେ କ୍ୟାଡ଼ର ମାଓବାଦୀମାନେ ଓଡ଼ିଶା ମୁହାଁ ହେଉଛନ୍ତି । ଆତ୍ମଗୋପନ ପାଇଁ ସୀମାନ୍ତ ଜିଲ୍ଲା ଗୁଡ଼ିକରେ ପଶୁଛନ୍ତି। ଏବେ ନିୟମିତ ବ୍ୟବଧାନରେ ମାଓକ୍ୟାମ୍ପ ଠାବ ହେଉଥିବାରୁ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହେଉଛନ୍ତି । ନିଜ ସଂଗଠନକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି । ବର୍ଷାଋତୁରେ ଗଛଡ଼ାଳ ଓ ଲଟାବୁଦାରେ ମାଓବାଦୀଙ୍କୁ ଲୁଚିବାକୁ ସୁବିଧା ହେଉଛି । 

ମାଓ ସଂଗଠନ ଧିରେ ଧିରେ ଦୁର୍ବଳ ହେଉଥିବାରୁ କୌଣସି ବଡ଼ ଆକ୍ରମଣକୁ ସାହସ ଜୁଟାଇ ପାରୁନାହାନ୍ତି। ଅନ୍ୟପକ୍ଷେ ସୀମାନ୍ତରେ ଉଭୟ ରାଜ୍ୟ ପୁଲିସ ଓ ସୁରକ୍ଷା ବାହିନୀ ଘନଘନ କମ୍ବିଂ ଅପରେସନ ହେତୁ ମାଓବାଦୀଙ୍କୁ ବି ଭୟ ରହୁଛି । ତେବେ ସୀମାନ୍ତରେ ବାରମ୍ବାର ମାଓକ୍ୟାମ୍ପରୁ ବିସ୍ଫୋରକ ସାମଗ୍ରୀ ଜବତ ହେବା ପୁଲିସକୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଲାଲବାହିନୀ କୌଣସି ଏକ ବଡ଼ ଧରଣର ଅଘଟଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.