ଆଳି,୧୭/୭: ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁର ଗାଁ ନିକଟରେ ଖରସ୍ରୋତାକୁ ଡେଇଁପଡ଼ିଛନ୍ତି । ଗୋବିନ୍ଦପୁର ଗ୍ରାମର ସୁଦାମ ମିଶ୍ରଙ୍କ ଝିଅ ଖରସ୍ରୋତାର ପ୍ରଖର ସ୍ରୋତରେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଯୁବତୀ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ନଦୀର ବନ୍ୟାଜଳରେ ଯୁବତୀ ଜଣକ ଭାସି ଯାଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କୁ ପୁଣି ଭେଟିଲେ...