ପ୍ରମୂଖ ଖବର
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ରେଭେନ୍ସା ଛାତ୍ରୀ, ମହିଳା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ଅପରାହ୍ଣ ସାଢ଼େ ୫ଟା ପରେ କ୍ୟାମ୍ପସ୍‌ ମନା
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା, ପୃଥ୍ୱୀ-୨, ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

Published By : Prameya | July 18, 2025 8:22 AM

ବାଲେଶ୍ୱର,୧୮/୦୭: ଏକ ଐତିହାସିକ ଘଟଣା କ୍ରମେ ଭାରତ ଗୋଟିଏ ଦିନରେ କ୍ରମାଗତ ୨ଟି ସର୍ଟ ରେଞ୍ଜ ବାଲାଷ୍ଟିକ୍‌ ମିଶାଇଲ(ଏସ୍‌ଆରବିଏମ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ  କରିଛି । ଚାନ୍ଦିପୁର ଆଇଟିଆର ଅଧୀନରେ ଥିବା ଭଦ୍ରକ ଜିଲ୍ଲା  ଅନ୍ତର୍ଗତ ଧାମରାର ଅବଦୁଲ କଲାମ ଦୀପରୁ ଅଗ୍ନୀ-୧ ଓ  ଚାନ୍ଦିପୁରୁ ଆଇଟିଆରରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ  କରାଯାଇଥିଲା । ଏହି ବିରଳ ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତାର ଶିଡ଼ି ଚଢ଼ିଛି । 

ତଥ୍ୟ ମୁତାବକ, ସନ୍ଧ୍ୟା ୬ଟା ୬ ମିନିଟ୍‌ରେ କଲାମ  ଦୀପର ୪ ନଂ ଲଞ୍ଚ ପ୍ୟାଡ୍‌ରୁ ଅଗ୍ନୀ-୧ କ୍ଷେପଣାସ୍ତ୍ରର ପରୀକ୍ଷଣ  କରାଯାଇଥିଲା । ଏହାର ପାଖାପାଖି ଅଢ଼େଇ ଘଣ୍ଟା ଅର୍ଥାତ  ରାତି ୮.୩୫ ମିନିଟ୍‌ରେ ଚାନ୍ଦିପୁର ଆଇଟିଆରର ୩ ନଂ ଲଞ୍ଚ  ପ୍ୟାଡ୍‌ରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ  କରାଯାଇଥିଲା । ସ୍ୱଳ୍ପ ଦୂରଗାମୀ ଏହି ଉଭୟ କ୍ଷେପଣାସ୍ତ୍ର  ପରୀକ୍ଷଣ ବେଳେ ସମସ୍ତ ପରୀକ୍ଷଣ ଦିଗକୁ ସଫଳତାର ସହ  ସମାପନ କରିଥିଲା । ଷ୍ଟାଟେର୍ଜିକ ଫୋର୍ସ କମାଣ୍ଡ(ଏସ୍‌ଏଫସି)  ଅଧୀନରେ ଏହି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପ୍ରାଥମିକ ବ୍ୟବହାର ସାଧାରଣତଃ  ଭାରତୀୟ ବାୟୁ ସେନାରେ କରାଯାଏ । ଏହା ସ୍ୱଦେଶୀ  ଜ୍ଞାନ କୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର । ଏହା ଭୂପୃଷ୍ଠରୁ ଭୂପୃଷ୍ଠ ମଧ୍ୟରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ  ଆକ୍ରମଣ କରିପାରେ । ଏହାର ଲକ୍ଷ୍ୟ ଭେଦ କ୍ଷମତା ୩୫୦ କି.ମି ଥିବାବେଳେ ଏହା ୧ ଟନର ମାରକଦ୍ରବ୍ୟ  ବହନ କରିପାରିବ । ଏହି କ୍ଷେପଣାସ୍ତ୍ରଟି ନିର୍ଭୁଲ ଭାବେ ନିଜର ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିବା କ୍ଷମତା ରଖିଛି । 

ସେହିଭଳି ମଧ୍ୟମ ଦୂରଗାମୀ ବିଶିଷ୍ଟ ଅଗ୍ନି-୧ ବାଲାଷ୍ଟିକ  କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୭୦୦ରୁ ୯୦୦ କି.ମି ରହିଛି ।  ଏକ ଇଞ୍ଜିନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରଟି ୧୦୦୦ କିଗ୍ରାର ଆଣବିକ  ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଅଗ୍ନି-୧ର ଏହି ଉନ୍ନତ  ସଂସ୍କରଣ କ୍ଷେପଣାସ୍ତ୍ରଟି ନିର୍ଭୁଲ ଲକ୍ଷ୍ୟ ଭେଦ କ୍ଷମତା ରଖିଛି । ୨୦୦୨ରେ ଏହା ପ୍ରଥମ ପରୀକ୍ଷଣ କରାଯାଇଥିଲା । ଭାରତୀୟ  ବାୟୁ ସେନାରେ ଏହାକୁ ୨୦୦୭ରେ ବ୍ୟବହାର କରାଯାଇଥିଲା । ପରୀକ୍ଷଣ ବେଳେ ଡିଆରଡିଓର ଉଚ୍ଚପଦସ୍ଥ ଅଧିକାରୀ, ବୈଜ୍ଞାନିକ, ବାୟୁ ସେନାର ଅଧିକାରୀ ଉପସ୍ଥିତ ଥିଲେ । ଏହି  ସଫଳତା ପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ସମସ୍ତ  ଅଧିକାରୀ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.