ପ୍ରମୂଖ ଖବର
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ରେଭେନ୍ସା ଛାତ୍ରୀ, ମହିଳା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ଅପରାହ୍ଣ ସାଢ଼େ ୫ଟା ପରେ କ୍ୟାମ୍ପସ୍‌ ମନା
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ; ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର

Published By : Prameya | July 18, 2025 9:54 AM

ଭୁବନେଶ୍ୱର ୧୮/୦୭: ନୃଶଂସ, ନିଷ୍ଠୁର ଏବଂ କ୍ରୁର । ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ବାଇକ୍ ଚୋରି ବେଳେ ଦେଖିଦେଇ ଥିଲେ ଯୁବକ। ପ୍ରତିବାଦ କରିବାରୁ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଏକ ବଡ଼ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ। ହତ୍ୟାକଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଭରତପୁର ଥାନା ଅନ୍ତର୍ତଗତ ମସ୍‌ଜିଦ ବସ୍ତିରେ ଘଟଛି। ମୃତ ଯୁବକ ଜଣକ ଭଡ଼ା ଘରେ ରହୁଥିବା ଜଣାପଡ଼ି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଭରତପୁର ମସଜିତ୍ ବସ୍ତିରେ ବାଇକ୍ ଚୋରି କରୁଥିଲେ । ସେହି ସମୟରେ ଛାତ ଉପରୁ ଦେଖିଦେଇ ଥିଲେ ଯୁବକ। ଯୁବକ ଜଣ ତଳକୁ ଆସି ପ୍ରତିବାଦ କରିଥିଲେ । ଦୁର୍ବୃତ୍ତମାନେ ରାଗିଯାଇ ପ୍ରଥମେ ଛୁରୀରେ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ତ‌ଳେ ପଡ଼ିଯାଇଥିଲେ ଯୁବକ । ପରେ ଏକ ବଡ଼ ପଥରରେ ଅତି ନିର୍ମମ ଭାବେ ଛେଚି ଦେଇଥିଲେ ଦୁର୍ବୃତ୍ତମାନେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେଠାରେ ଭଡ଼ା ଘରେ ରହୁଥିବା ଜଣାପଡିଛି । ମର୍ଡର ପରେ ଭରତପୁର ପୁଲିସ ହତ୍ୟାକାରୀଙ୍କୁ ଧରିବାକୁ ଛାନ୍‌ଭିନ୍ ଚଳାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.