ପ୍ରମୂଖ ଖବର
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବେଙ୍ଗଲ ବାସୀଙ୍କୁ ମୋଦୀଙ୍କ ଅନୁରୋଧ, ଏପରି ଏକ ସରକାର ବାଛନ୍ତୁ ଯିଏ ପରିଶ୍ରମୀ, ସଚ୍ଚୋଟ ଏବଂ ଶକ୍ତିଶାଳୀ ହେବ…

Published By : Ladu Kishor | July 18, 2025 6:44 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦୀ ଟିଏମସି ସରକାରଙ୍କୁ ରାଜ୍ୟର ବିକାଶରେ ଏକ ବଡ଼ ବାଧା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବେଙ୍ଗଲ ପରିବର୍ତ୍ତନ ଏବଂ ବିକାଶ ଚାହୁଁଛି, କିନ୍ତୁ ରାଜ୍ୟ ସରକାର ବିକାଶ ପଥରେ ଏକ କାନ୍ଥ ପରି ଠିଆ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୫ ହଜାର ୪ ଶହ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।

ମୋଦୀ ଟିଏମସି ଉପରେ ସିଧାସଳଖ ଆକ୍ରମଣ କରି କହିଛନ୍ତି ଯେ,ଟିଏମସି ସରକାର ବେଙ୍ଗଲର ବିକାଶ ଆଗରେ କାନ୍ଥ ପରି ଠିଆ ହୋଇଛି। ଯେଉଁଦିନ ଏହି କାନ୍ଥ ଭୁଶୁଡିଯିବ, ସେହି ଦିନ ଠାରୁ ବେଙ୍ଗଲ ବିକାଶର ଗତି ବଢ଼ାଇବ। ସେ ପୁଣି ଦୋହରାଇଥିଲେ,ଯେ 'ପ୍ରକୃତ ପରିବର୍ତ୍ତନ ସେତେବେଳେ ଆସିବ ଯେତେବେଳେ ଟିଏମସି ସରକାର ଏଠାରୁ ଚାଲିଯିବ।'

ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଆଜି ପବିତ୍ର ଶ୍ରାବଣ ମାସର ଶୁଭେଚ୍ଛା ସହିତ ତାଙ୍କ ଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ 'ଏହି ପବିତ୍ର ସମୟରେ ବେଙ୍ଗଲ ବିକାଶ ପର୍ବର ଅଂଶ ହେବା ମୋ ପାଇଁ ସୌଭାଗ୍ୟର କଥା।' ସେ କହିଥିଲେ ଯେ ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକ ବେଙ୍ଗଲକୁ ବର୍ତ୍ତମାନର ଖରାପ ସମୟରୁ ବାହାର କରିବାର ପ୍ରତୀକ।

ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, କିଛି ସମୟ ପୂର୍ବରୁ ୫୪୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି। ସେ କହିଛନ୍ତି ଯେ ବିଜେପି ପଶ୍ଚିମବଙ୍ଗ ପାଇଁ ଏକ ସମୃଦ୍ଧ ଏବଂ ବିକଶିତ ଭବିଷ୍ୟତର ସ୍ୱପ୍ନ ଦେଖିଛି, ଏବଂ ଏହି ପ୍ରକଳ୍ପ ଗୁଡ଼ିକ ସେହି ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ବେକାରୀ ଏବଂ ଦାଦନ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ପୂର୍ବରୁ ଲୋକ ମାନେ ନିଯୁକ୍ତି ପାଇଁ ବେଙ୍ଗଲକୁ ଆସୁଥିଲେ, କିନ୍ତୁ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ ହୋଇଯାଇଛି। ସେ କହିଛନ୍ତି, ଆଜି ପଶ୍ଚିମବଙ୍ଗର ଯୁବକମାନେ ଛୋଟ ଛୋଟ କାମ ପାଇଁ ମଧ୍ୟ ଅନ୍ୟ ରାଜ୍ୟକୁ ଦାଦନ କରିବାକୁ ବାଧ୍ୟ ହେଉଛନ୍ତି।

ରାଜ୍ୟବାସୀଙ୍କୁ ଆହ୍ବାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'ବିଜେପି ପକ୍ଷରୁ, ମୁଁ ଆପଣଙ୍କୁ ବିଜେପିକୁ ଥରେ ସୁଯୋଗ ଦେବାକୁ ଅନୁରୋଧ କରୁଛି। ଏପରି ଏକ ସରକାର ବାଛନ୍ତୁ ଯାହା ପରିଶ୍ରମୀ, ସଚ୍ଚୋଟ ଏବଂ ଶକ୍ତିଶାଳୀ।'

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.