ପ୍ରମୂଖ ଖବର
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମହାରାଷ୍ଟ୍ର ବିଧାନସଭାରେ ହିଂସାତ୍ମକ ସଂଘର୍ଷ ଘଟଣା; ଦୁଇ ଜଣକୁ ଗିରଫ କଲା ମେରାଇନ ଡ୍ରାଇଭ ପୁଲିସ

Published By : Bijay Swain | July 18, 2025 5:31 PM

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ପରିସରରେ ଗୁରୁବାର ଦୁଇ ରାଜନୈତିକ ଦଳ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପାଇଁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଆପଣଙ୍କୁ ଜଣାଇରଖୁ ଯେ ଗତକାଲି ବିଜେପି (BJP) ବିଧାୟକ ଗୋପୀଚାନ୍ଦ ପାଡ଼ଲକର ଏବଂ ଶରଦ ପାଓ୍ଵାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP-SP) ବିଧାୟକ ଜିତେନ୍ଦ୍ର ଆଓ୍ଵାଡ଼ଙ୍କ ସମର୍ଥକଙ୍କ ମଧ୍ୟରେ ବିଧାନସଭା ପରିସର ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ମୁମ୍ବାଇର ମେରାଇନ ଡ୍ରାଇଭ ଥାନାରେ ଏକ ଏଫଆଇଆର ରୁଜୁ ହୋଇଥିଲା। ଯାହାପରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ବିଧାନସଭାର ମୁଖ୍ୟ ପ୍ରବେଶ ପଥ ନିକଟରେ ଥିବା ଲବିରେ ଉଭୟ ଗୋଷ୍ଠୀ ପରସ୍ପର ସହ ମୁଥ ମରାମରି ହେଉଛନ୍ତି। ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ସଂଘର୍ଷ ବୁଧବାର ଦିନ ପାଡ଼ଲକର ଏବଂ ଆଓ୍ଵାଡ଼ଙ୍କ ମଧ୍ୟରେ ବିଧାନସଭା ପ୍ରବେଶ ପଥରେ ହୋଇଥିବା ତୀବ୍ର ବାକ୍‌ଯୁଦ୍ଧ ପରେ ଘଟିଛି। ଆଓ୍ଵାଡ଼ ଅଭିଯୋଗ କରିଛନ୍ତି ଯେ ପାଡ଼ଲକର ତାଙ୍କ କାରର ଦ୍ୱାରକୁ ଇଚ୍ଛାକୃତ ଭାବେ ଜୋରରେ ବନ୍ଦ କରିଥିଲେ। ପରଦିନ ଉଭୟ ନେତାଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇ ହିଂସାତ୍ମକ ସଂଘର୍ଷ ଆରମ୍ଭ କରିଦେଇଥିଲେ।

ଏହି ଘଟଣା ଭାଇରାଲ ହେବାପରେ ବିଜେପି ନେତା ଚନ୍ଦ୍ରଶେଖର ବାୱଙ୍କୁଲେ ଏହି ଘଟଣାକୁ “ଦୁର୍ଭାଗ୍ୟପୂର୍ଣ୍ଣ” ବୋଲି ଅଭିହିତ କରି କହିଛନ୍ତି ଯେ ଏହା ମହାରାଷ୍ଟ୍ର ବିଧାନସଭାର ଗୌରବମୟ ପରମ୍ପରାର ଏହା ଏକ କଳଙ୍କିତ ଅଧ୍ୟାୟ। ଅବଶ୍ୟ ଚନ୍ଦ୍ରଶେଖରଙ୍କ ଏହି ବୟାନ ଆସିବା ପରେ ଗୋପୀଚାନ୍ଦ ପାଡ଼ଲକର ଏହା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ସେହିଭଳି ଏନସିପି (ଏସପି) ବିଧାୟକ ରୋହିତ ପାଓ୍ଵାର ଏହି ଘଟଣାକୁ ରାଜ୍ୟରେ ଆଇନଶୃଙ୍ଖଳାର ଅବନତି ଏବଂ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ବୋଲି ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ଆକ୍ରମଣ ଜିତେନ୍ଦ୍ର ଆଓ୍ଵାଡ଼ଙ୍କ ବିରୁଦ୍ଧରେ ପୂର୍ବପରିକଳ୍ପିତ ଥିଲା। କିନ୍ତୁ ଏନସିପି କର୍ମୀ ନୀତିନ ଦେଶମୁଖ ଏହାର ଶିକାର ହୋଇଥିଲେ। ଅନ୍ୟପଟେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଏହି ଘଟଣାର ଦାୟିତ୍ୱ ନେବାକୁ କହିଛନ୍ତି। ଶିବସେନା (UBT) ଏମଏଲସି ଅନିଲ ପରବ ଏହି ମାମଲାକୁ ବିଧାନସଭାରେ ଜୋରସୋରରେ ଉଠାଇଥିଲେ।

ଲୋକମାନେ ଏହି ଘଟଣାକୁ ନେଇ କଟାକ୍ଷ ଆରମ୍ଭ କରିବା ପରେ ବିଧାନସଭା ସ୍ପିକର ରାହୁଲ ନରୱେକର ଏହି ଘଟଣାର ତଦନ୍ତ ପାଇଁ ଏକ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସାଂସ୍କୃତିକ ମନ୍ତ୍ରୀ ଆଶିଷ ଶେଲାର ବିଧାନସଭା ପରିସରରେ ବାହାରୁ ଲୋକଙ୍କୁ ପ୍ରବେଶ ପାଇଁ ପାସ ଜାରି କରାଯାଉଥିବା ପ୍ରକ୍ରିୟାର ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ଏନସିପି (ଏସପି) ନେତା ଜିତେନ୍ଦ୍ର ଆଓ୍ଵାଡ଼ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଗୁଣ୍ଡାମାନେ ଗାଳି ଦେଇଛନ୍ତି ଏବଂ ମୃତ୍ୟୁ ଧମକ ମଧ୍ୟ ଦେଇଛନ୍ତି। ସେ ମୁମ୍ବାଇର ମେରାଇନ ଡ୍ରାଇଭ ଥାନା ବାହାରେ ଧାରଣା ଦେଇ ନୀତିନ ଦେଶମୁଖଙ୍କ ଗିରଫଦାରିକୁ ବିରୋଧ କରିବା ସହ ତାଙ୍କର ମୁକ୍ତି ଦାବି କରିଥିଲେ।

ଏହି ଘଟଣା ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। ଶରଦ ପାଓ୍ଵାରଙ୍କ ଏନସିପି (ଏସପି) ଏବଂ ବିଜେପି ମଧ୍ୟରେ ପୂର୍ବରୁ ରାଜନୈତିକ ବିବାଦ ରହିଆସିଛି। ଯାହା ୨୦୨୪ ବିଧାନସଭା ନିର୍ବାଚନରେ ମହାୟୁତି ଗଠବନ୍ଧନ (BJP, ଶିବସେନା ଏବଂ ଅଜିତ ପାଓ୍ଵାରଙ୍କ NCP) ର ବିପୁଳ ବିଜୟ ପରେ ଆହୁରି ତୀବ୍ର ହେବାରେ ଲାଗିଛି। ଏନସିପି (ଏସପି) ମାତ୍ର ୧୦ଟି ଆସନ ଜିତିଥିବା ବେଳେ ମହାୟୁତି ଗଠବନ୍ଧନ ୨୩୦ଟି ଆସନ ହାସଲ କରିଥିଲା।

ଏହି ଘଟଣା ବିଧାନସଭା ପରିସରରେ ସୁରକ୍ଷା ଏବଂ ରାଜନୈତିକ ସଂସ୍କୃତି ଉପରେ ପ୍ରଶ୍ନ ଉଠାଇଛି। ସମସ୍ତ ପକ୍ଷ ଏହି ଘଟଣାର ନିନ୍ଦା କରିଥିବା ବେଳେ, ଏହାର ତଦନ୍ତ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚା ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.