ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆମେରିକାର ଫ୍ୟୁଚର ଓ୍ବାର ଡ୍ରୋନ୍ ପ୍ରସ୍ତୁତ…ଇରାନର ‘ଶାହେଦ’ ଠାରୁ ଶସ୍ତା, ବିଶ୍ବଯୁଦ୍ଧ ହେଲେ ସାଜିବ ଘାତକ

Published By : Manash Sahoo | July 18, 2025 8:01 PM

ନୂଆଦିଲ୍ଲୀ, ୧୮/୦୭: ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆମେରିକାର ପ୍ରସ୍ତୁତି । ସେନାରେ ସାମିଲ୍ ଫ୍ୟୁଚର ଓ୍ବାର ଡ୍ରୋନ୍ । ଶତ୍ରୁର ଟାର୍ଗେଟକୁ ତତ୍କ୍ଷଣତ କରିବ ଧ୍ୱଂସ । ଇରାନର ଶାହେଦ-136 ଡ୍ରୋନଠାରୁ ଶସ୍ତା । ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଚୀନକୁ ନାଲିଆଖି । ପେଣ୍ଟାଗନ ବିନାଶକାରୀ ଲାଇଟରିଂ ଯୁଦ୍ଧାସ୍ତ୍ର ବା ‘କାମିକେଜ୍’ ଡ୍ରୋନ୍ ନିର୍ମାଣ କରିଛି । ଯାହାର ନାଁ ରହିଛି, LUCAS ବା ‘ଲୋ-କାଷ୍ଟ ଅନକ୍ରୁଡ କମ୍ବାଟ୍ ଆଟାକ୍ ସିଷ୍ଟମ’ । ଏହି ମାରାତ୍କମ ଅସ୍ତ୍ର ଇରାନର ଶାହେଦ-୧୩୬ ଯୁଦ୍ଧ ଡ୍ରୋନ୍ ଠାରୁ ଢେର୍ ଶସ୍ତା । ଏହାକୁ ଶାହେଦର ବିକଳ୍ପ ବୋଲି କହିହେବ । LUCASକୁ ଏରିଜୋନା କମ୍ପାନି ସ୍ପେକ୍ଟ୍ରେଓ୍ବର୍କ୍‌ସ ଦ୍ବାରା ବିକଶିତ କରାଯାଇଛି । ଭବିଷ୍ୟତର ତୃତୀୟ ବିଶ୍ବଯୁଦ୍ଧ ପାଇଁ ଏହାକୁ ଡିଜାଇନ୍ କରିଛି ଆମେରିକା । ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି, ଏହି ଡ୍ରୋନ୍ ପେଣ୍ଟାଗନର ଫ୍ୟୁଚର ଓ୍ବେପନ୍ । ବିଶେଷ କରି ଇଣ୍ଡୋ-ପାସିଫକ୍ କ୍ଷେତ୍ରରେ ଡ୍ରୋନ୍ ନିଜର ଶକ୍ତି ପ୍ରଦର୍ଶନ କରିବ ।  

LUCAS ବା ‘ଲୋ-କାଷ୍ଟ ଅନକ୍ରୁଡ କମ୍ବାଟ୍ ଆଟାକ୍ ସିଷ୍ଟମ’ ବାୟୁର ବେଗକୁ ପ୍ରତିହତ କରି ବିପରୀତ ଦିଗରେ ଉଡ଼ି ଶୁତ୍ର ଦେଶକୁ ହମଲା କରିପାରିବା । ତତ୍କ୍ଷଣତ୍ ଟାର୍ଗେଟ୍ କଲିଂ କରି ବିସ୍ଫୋରଣ କରିବ । FLM136 ଟାର୍ଗେଟ୍ ଡ୍ରୋନକୁ ବିକଶିତ କରି LUCAS ତିଆରି ହୋଇଛି । ଯାହା ସ୍ପେକ୍ଟ୍ରେଓ୍ବର୍କ୍‌ସର ପୁରୁଣା ଟେକ୍ନୋଲୋଜିରେ ଆଧାରିତ । ଏହି ବିନାଶକାରୀ ଡ୍ରୋନ୍ ୬ଶହ କିଲୋଗ୍ରାମ ବିସ୍ଫୋରକକୁ ଧରି ୫,୫୦୦ ମିଟର ଉପରେ ଉଡ଼ିବାର କ୍ଷମତା ରଖୁଛି । ‘ଲୋ-କାଷ୍ଟ ଅନକ୍ରୁଡ କମ୍ବାଟ୍ ଆଟାକ୍ ସିଷ୍ଟମ’ ଡ୍ରୋନରେ ପିଷ୍ଟମ ଇଞ୍ଜିନ ଖଞ୍ଜା ଯାଇଥିବା ବେଳେ ଏଥିରେ ଅଢ଼େଇରୁ ୩ମିଟର ପର୍ଯ୍ୟନ୍ତ ତ୍ରିକୋଣୀୟ ଡେଣା ରହିଛି ।  LUCASକୁ ଏଭଳି ଭାବେ ଡିଜାଇନ୍ କରାଯାଇଛି ଏହାର ପାର୍ଟ୍ସକୁ ଦ୍ବିତୀୟ ଥର ବ୍ୟବହାର ଯୋଗ୍ୟ । ଏହି ବିନାଶକାରୀ ଡ୍ରୋନର ମଡ୍ୟୁରାଲ୍ ପେଲୋଡ୍‌ରେ ରେକାନସେନ୍ସ ସେନ୍‌ସର ଏବଂ ଇଲେକ୍ଟ୍ରୋନିକ୍ ଓ୍ବାରଫେୟାର ବା ବିସ୍ଫୋରକ ପଦାର୍ଥ ଲୋଡ୍ କରିହେବ । 

ଏହାଛଡ଼ା ‘ଲୋ-କାଷ୍ଟ ଅନକ୍ରୁଡ କମ୍ବାଟ୍ ଆଟାକ୍ ସିଷ୍ଟମ’ ଡ୍ରୋନରେ ଲଞ୍ଚିଂ ଟ୍ରାକ୍ ବା ରକେଟ୍-ଆସିଷ୍ଟେଡ୍ ଟେକ୍-ଅଫ୍ ଟେକ୍ନୋଲୋଜି ରହିଛି । ଯାହାକୁ ବିନା କୌଣସି ସ୍ବତନ୍ତ୍ର ଟ୍ରେନିଂରେ ପରିଚାଳନା କରିହେବ । ଏହି ଡ୍ରୋନରେ ୨୮ ଭୋଲ୍ଟ ଏବଂ ୧୨ ଭୋଟ୍ଲର ପାଓ୍ବାର ସପ୍ଲାଏକୁ ସପୋର୍ଟ କରିବ । ଡ୍ରୋନ୍ ଉଡ଼ୁଥିବା ବେଳେ ଏହାର ସିଷ୍ଟମକୁ ବଦଳାଇବାର ସୁବିଧା ରହିଛି । LUCASରେ ମଲ୍ଟି-ଡୋମେନ ଅନମ୍ୟାଣ୍ଡ୍ ସିଷ୍ଟମ କମ୍ୟୁନିକେସନ ନେଟଓ୍ବାର୍କ ସହିତ ଜଡ଼ିତ । ଯାହାଦ୍ବାରା ଡ୍ରୋନ୍ ରିୟଲ୍ ଏବଂ ସ୍ୱୟଂ ଭାବେ ଟାର୍ଗେଟକୁ ହିଟ୍ କରିପାରିବ ।  

LUCAS ଡ୍ରୋନ୍ କେବଳ ଇରାନ ଶାହେଦ-136 ଯୁଦ୍ଧ ଡ୍ରୋନକୁ ଟକ୍କର ଦେବ ତାହା ନୁହେଁ ବରଂ ଆମେକୀୟ ବାୟୁସେନାର ମେରୁଦଣ୍ଡ ପାଲଟିବ । ଖୁବ୍ ଶସ୍ତାରେ ତିଆରି ହୋଇଥିବା ଏହି ଡ୍ରୋନ୍ ଆମେରିକାର ପ୍ରତିରକ୍ଷା ବିଭାଗକୁ ମଜଭୁତ କରିବ । ଏହି ମାରାତ୍କମ ଯୁଦ୍ଧାସ୍ତ୍ରକୁ ଭବିଷ୍ୟତ ଯୁଦ୍ଧ ବା ତୃତୀୟ ବିଶ୍ବଯୁଦ୍ଧ ପାଇଁ ସାଇତି ରଖୁଛି ଆମେରିକା । ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନକୁ ଚେକ୍ ଦେବ ‘ଲୋ-କାଷ୍ଟ ଅନକ୍ରୁଡ କମ୍ବାଟ୍ ଆଟାକ୍ ସିଷ୍ଟମ’ ଡ୍ରୋନ୍ । ଯାହାକୁ ନେଇ ଚିନ୍ତାରେ ଏବେ ଡ୍ରାଗନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.