ବଡ଼ମ୍ବା,୧୮/୭ : ବଡ଼ମ୍ବା ବ୍ଲକ ଅନ୍ତର୍ଗତ ସାନବାରସିଂ ଗ୍ରାମର ଦୁର୍ଯ୍ୟୋଧନ ସ୍ୱାଇଁ ଏବଂ ରିତାଞ୍ଜଳୀ ସ୍ୱାଇଁଙ୍କ ଝିଅ ମନୀଷା (୨୦) ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ମନୀଷା ଉକ୍ତ ଗ୍ରାମର ଏକ ଯୁବଙ୍କଙ୍କୁ ଭଲ ପାଇଥିଲେ । ଏ ନେଇ ପରିବାର ପକ୍ଷରୁ ବିଭିନ୍ନ ସମୟରେ ଝିଅକୁ ବାରଣ କରାଯାଇଥିଲା । ଫଳରେ ଗୁରୁବାର ଅପରାହ୍ନ ସମୟରେ ଘରେ ଏକୁଟିଆ ଥିବାବେଳେ ସେ କୌଣସି କଥାକୁ ନେଇ ନିଜ ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ସଙ୍ଗେ ସଙ୍ଗେ ଘର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ବଡମ୍ବା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ସେଠି ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍ କରିଥିଲେ । ତେବେ ଗତକାଲିଠୁ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଛି ।

ବେଙ୍ଗଲ ବାସୀଙ୍କୁ ମୋଦୀଙ୍କ ଅନୁରୋଧ, ଏପରି ଏକ ସରକାର...