ସୁନ୍ଦରଗଡ଼, ୧୭/୦୩: ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ ପାଇଁ ଘରେ ରଖିଥିଲା ଜଣେ ବ୍ୟକ୍ତି । ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଗୋମାଂସ ଜବତ କରିଛି ଭଷ୍ମା ଥାନା ପୋଲିସ । ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ମୁଣ୍ଡାଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ମୁଣ୍ଡାଗାଁର ଜଣେ ବ୍ୟକ୍ତି ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ କରିବା ପାଇଁ ଘରେ ରଖିଥିଲା । ଏହା ଜାଣିବାକୁ ପାଇଥିଲେ ଗ୍ରାମବାସୀ । ଏ ବିଷୟରେ ଜାଣିବା ପରେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଗାଁରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଗୋମାଂସ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଭଷ୍ମା ଥାନା ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।
ମଟନ କହି ପ୍ଲେଟରେ ପରଷି ଦେଉଛନ୍ତି ଗୋମାଂସ, ଭିଡିଓ ଭାଇରାଲ୍ ପରେ ହୋଟେଲ୍ ସିଲ୍