ସୁନ୍ଦରଗଡ଼, ୧୩/୦୩ : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଘରୋଇ ବସ୍। ଜଣେ ମୃତ ୩୦ ଆହତ। ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଲରେ ପୋଲିସ ପହଞ୍ଚି ଅଗ୍ନିଶମ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ କରୁଛି। ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ସୁନ୍ଦରଗଡ଼ କିଞ୍ଜିରକେଲାରୁ ମା ସମଲେଶ୍ବରୀ ନାମକ ଘରୋଇ ବସ୍ ସୁନ୍ଦରଗଡ଼ ଆସୁଥିଲା। ଟାଙ୍ଗରମୁଣ୍ଡା ନିକଟରେ ବସ୍ଟି ପ୍ରଥମେ ଏକ ବାଇକ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ଘଟଣାସ୍ଥଲରେ ପୋଲିସ ପହଞ୍ଚି ଅଗ୍ନିଶମ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ କରୁଛି। ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଲେଖାଯିବା ସୁଦ୍ଧା ବସ୍ ତଳେ ଜଣେ ଚାପି ହୋଇ ରହିଥିବା ସୂଚନା ମିଳିଛି।
ଏହି ଖବରଟିକୁ ପଢନ୍ତୁ-ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, କେନାଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର