ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦ୍ଵିତୀୟ ବିବାହ ପାଇଁ କଣ୍ଟା ସାଜିଲେ ୨ ପୁଅ, ହତ୍ୟା କରି ରାସ୍ତା ସଫା କରିଦେଲା ନୃଶଂସ ବାପା

Published By : Rasmita Pradhan | March 13, 2025 1:25 PM

ଭୁବନେଶ୍ଵର, ୧୩/୦୩ : ଦ୍ଵିତୀୟ ବିବାହକୁ ବାରଣ କଲେ ବୋଲି ଦୁଇ ପୁଅଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା। ଆଉ ତାପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ ଝୁଲାଇଦେଲା। ଏଥିରେ ସହଯୋଗ କରିଥିଲା ଜେଜେ ମା। ହତ୍ୟାକାରୀ ବାପା ଓ ସହଯୋଗୀ ଜେଜେ ମା ଗିରଫ। ନୟଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗ୍ରାମର ଦୁଇ ନାବାଳିକ ଭାଇଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍। ଡବଲ ମର୍ଡର ନେଇ ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କଲେ ନୟାଗଡ଼ ଏସପି। 

ସୂଚନା ଥାଉକି, ଗତ ୧୦ତାରିଖ ଦିନ ସକାଳୁ ଧାନଚାଙ୍ଗଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା। ପ୍ରକାଶ ମହାନ୍ତିଙ୍କ ଦୁଇ ନାବାଳକ ପୁଅଙ୍କ ଝୁଲନ୍ତା ମୃତଦେହ ଶିଡି ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପିଲାମାନେ ଆତ୍ମହତ୍ଯା କରିଥିବା ଜେଜେମା କହିଥିବାବେଳେ ପିଲାମାନଙ୍କୁ ମାରିଦିଆଯାଇଥିବା ମୃତକଙ୍କ ଆଈ ଅଭିଯୋଗ କରିଥିଲେ। ପୋଲିସ ପ୍ରଥମେ ପ୍ରକାଶ ଏବଂ ପରେ ତାଙ୍କ ମା ସୌରିଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସତ୍ଯ ସାମ୍ନାକୁ ଆସିଛି। ଗତ ତିନି ବର୍ଷ ତଳୁ ପ୍ରକାଶଙ୍କ ସ୍ତ୍ରୀର ମୃତ୍ୟୁ ହୋଇଥିବାରୁ ସେ ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିଲେ। ହେଲେ ପିଲାମାନେ ଏହାକୁ ବିରୋଧ କରିଥିଲେ। ସେହି କାରଣରୁ ଦୁଇ ପିଲାଙ୍କ ବେକରେ ଗାମୁଛା ଭିଡି ଶ୍ବାସରୁଦ୍ଧ କରି ହତ୍ଯା କରିବା ପରେ ସେମାନଙ୍କୁ ଏକ ଲୁଗାର ଦୁଇ ମୁଣ୍ଡରେ ବାନ୍ଧି ଶିଡିରେ ଓହଳାଇ ଦେଇଥିଲା ପିଶାଚ ବାପା। 

ଏହି ଘଟଣାରେ ଆଉ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମାମୁଁଘର ଲୋକ। ହତ୍ୟା ଘଟଣା ପଛରେ ଦ୍ଵିତୀୟ ବିବାହ ଏବଂ ଜମିବାଡ଼ି ବିବାଦ ବୋଲି କହିଛନ୍ତି ୨ ନାବାଳକଙ୍କ ମାମୁଁ। ଏହି ହତ୍ୟାକାଣ୍ଡରେ ୨ ନାବାଳକଙ୍କ ପିଉସୀ ଏବଂ ପିଉସା ସଂପୃକ୍ତ ଥିବା ନେଇ ସେ ଅଭିଯୋଗ କରିଛନ୍ତି। ଭଉଣୀଙ୍କୁ ପ୍ରକାଶ କିଛି ଜମି ଦେଇଥିବାରୁ ବଡ଼ ପୁଅ ଏହାକୁ ବିରୋଧ କରିଥିଲେ। ତେଣୁ ଦୁଇ ଭଣଜାଙ୍କୁ ବାଟରୁ ହଟାଇବା ପାଇଁ  ସମସ୍ତେ ମିଶି ଏହି କାଣ୍ଡ କରିଥିବା ମାମୁଁଘର ଲୋକ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେମାନେ ଏସପିଙ୍କ ନିକଟରେ ଦାବି କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ଘର ଭିତରୁ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.