ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ବାଇକ୍‌କୁ ଧକ୍କ ପରେ ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍. ୩୦ ଆହତ
  • ||
  • ପାୱାର କେନାଲରେ ବୁଡି ଭିସୁଟ ଛାତ୍ର ମୃତ, ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ,
  • ||
  • ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ତାରାବାହିନୀ ପତି ଉପରୁ ନିଲମ୍ବନ ହଟିବା ନେଇ ଆଲୋଚନା
  • ||
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

ଗୋବିନ୍ଦା ଦେଇଥିଲେ ଏହି ହଲିଉଡ଼ ଫିଲ୍ମର ଟାଇଟେଲ , କିନ୍ତୁ ଏହି କାରଣରୁ ଛାଡ଼ିଥିଲେ ଫିଲ୍ମ

Published By : Prameya | March 13, 2025 7:17 PM

ମୁମ୍ବାଇ, ୧୩/୩ :  ଗୋବିନ୍ଦା ବଲିଉଡ଼ର ସୁପରଷ୍ଟାର୍। ସେ ନିଜ ଅଭିନୟ, ଡ୍ୟାନ୍ସ ଏବଂ ଜବରଦସ୍ତ ଡାଇଲଗ ଦ୍ବାରା ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି । ଆଜି ବି ଗୋବିନ୍ଦାଙ୍କର ରହିଛନ୍ତି କୋଟି କୋଟି ଫ୍ୟାନ୍ସ । ମାତ୍ର ଅଭିନେତା ବହୁ ସମୟରୁ ବଡ଼ ପରଦାରୁ ଦୂରେଇ ରହିଛନ୍ତି କିନ୍ତୁ ସେ ବାରମ୍ବାର ଚର୍ଚ୍ଚାରେ ରହିଛନ୍ତି । ଗତ ଦିନରେ ଅଭିନେତା ସ୍ତ୍ରୀ ସୁନୀତାଙ୍କ ସହ ଡିଭୋର୍ସକୁ ନେଇ ବହୁ ଚର୍ଚ୍ଚାରେ ଥିଲେ । ଏହି ସବୁ ମଧ୍ୟରେ ଗୋବିନ୍ଦା ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି କି ତାଙ୍କୁ ଜେମ୍ସ କ୍ୟାମଋନ ନିଜ ବ୍ଲକବଷ୍ଟର ଫିଲ୍ମ ଅବତାରରେ ଲିଡ୍ ରୋଲ୍ ଅଫର କରିଥିଲେ ।

ପ୍ରକାଶ ଯେ, ଗୋବିନ୍ଦା ମୁକେଶ ଖନ୍ନାଙ୍କ ସହ ଏକ ଅନଫିଲ୍ଟର୍ଡ ସାକ୍ଷାତକାର କରିଛନ୍ତି । ଭେଟରାନ ଅଭିନେତା ୟଟ୍ୟୁବ ଚ୍ୟାନେଲ ଲାଗି ଦେଇଥିବା ସାକ୍ଷାତକାରରେ ଗୋବିନ୍ଦା କହିଛନ୍ତି କି ଜେମ୍ସ କ୍ୟାମଋନ ତାଙ୍କୁ ୧୮କୋଟି ଟଙ୍କାରେ ଅବତାରରେ ଲିଡ୍ ରୋଲ୍ ଅଫର କରିଥିଲେ । ଅଭିନେତା ଆଗକୁ ଖୁଲାସା କରିଛନ୍ତି କି ସେ କ୍ୟାମଋନଙ୍କୁ ଫିଲ୍ମର ଟାଇଟେଲ ବି ପରାମର୍ଶ କରିଥିଲେ ।

ଗୋବିନ୍ଦା କହିଛନ୍ତି କି, ‘ମୁଁ ୨୧.୫ କୋଟି ଟଙ୍କାର ଅଫର ଛାଡ଼ିଛି ଏବଂ ମୋତେ ଏହା ମନେ ଅଛି । କାରଣ ଏହାକୁ ଛାଡ଼ିବା ବହୁତ କଷ୍ଟଥିଲା । ମୁଁ ଆମେରିକାରେ ଏକ ସରଦାରଜୀଙ୍କୁ ଭେଟିଥିଲି ଏବଂ ତାଙ୍କୁ ଏକ ବ୍ୟବସାୟର ଆଇଡିଆ ଦେଇଥିଲି, ଯାହା କାମରେ ଆସିଥିଲା । କିଛି ବର୍ଷ ପରେ ସେ ମୋତେ ଜେମ୍ସ କ୍ୟାମଋନଙ୍କୁ ଭେଟାଇଥିଲେ । ସେ ମୋତେ ଜେମ୍ସଙ୍କ ସହ ଏକ ଫିଲ୍ମ କରିବା ଲାଗି କହିଥିଲେ । ଏଥିଲାଗି ମୁଁ ଏହା ଉପରେ ଚର୍ଚ୍ଚା କରିବା ଲାଗି ତାଙ୍କୁ ଡିନରରେ ଡକାଇଥିଲି । ମୁଁ ଫିଲ୍ମର ଟାଇଟେଲ ଦେଇଥିଲି ଅବତାର । ଜେମ୍ସ ମୋତେ କହିଥିଲେ କି ଫିଲ୍ମର ହିରୋ ଦିବ୍ୟାଙ୍ଗ ଅଟନ୍ତି । ଏଥିଲାଗି ମୁଁ କହିଥିଲି କି ଏହି ଫିଲ୍ମ କରୁନାହିଁ । ସେ ମୋତେ ଏଥିଲାଗି ୧୮କୋଟି ଟଙ୍କା ଅଫର କରିଥିଲେ ଏବଂ କହିଥିଲେ କି ମୋତେ ୪୧୦ଦିନ ପର୍ଯ୍ୟନ୍ତ ସୁଟିଂ କରିବାକୁ ହେବ । ମୁଁ କହିଥିଲି କି ଠିକ୍ ଅଛି, କିନ୍ତୁ ଯଦି ମୁଁ ନିଜ ଶରୀର ଉପରେ ପେଣ୍ଟ କରିବି ତ ମୁଁ ହସ୍ପିଟାଲରେ ରହିବି ।

ସେ କହିଥିଲେ କି , ଆମ ଶରୀର ଆମର ଏକମାତ୍ର ଇଷ୍ଟ୍ରିମେଣ୍ଟ ଅଟେ । କେତେକ ଥର, କିଛି ଜିନିଷ ପ୍ରୋଫେଶନାଲ ବହୁ ଆକ୍ଟିଭ ଲାଗିଥାଏ । କିନ୍ତୁ ଆପଣଙ୍କୁ ନିଜ ଶରୀର ଉପରେ ତା’ର ପ୍ରଭାବକୁ ବି ଦେଖିବାକୁ ପଡ଼ିଥାଏ । କେତେକ ଥର ଆପଣଙ୍କୁ କୌଣସି ଫିଲ୍ମକୁ ମନା କରିବା ଲାଗି ବର୍ଷ ସାରା ଲୋକଙ୍କୁ ଭୁଲ୍ ମାଗିବାକୁ ପଡ଼ିଥାଏ । ହୋଇପାରେ ସେ ନିକଟତର ଅଟନ୍ତି , କିନ୍ତୁ ତାଙ୍କ ଅହଙ୍କାର ବହୁତ ମଜବୁତ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.