ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଆଜି (ଗୁରୁବାର) କହିଛି ଯେ, ଏହାର ସରକାରୀ X ହ୍ୟାଣ୍ଡେଲ, ଯାହାକୁ ତତ୍କାଳୀନ ଆମ ଆଦମୀ ପାର୍ଟି (AAP) ସରକାର କ୍ଷମତାଶୀନ ବିଜେପି ସରକାରକୁ "ଠିକ୍ ଭାବରେ ହସ୍ତାନ୍ତର କରିନଥିଲା । ଏବେ ପୁନଃସ୍ଥାପିତ ହୋଇଛି । ଗତ ଫେବୃଆରୀ ୫ ବିଧାନସଭା ନିର୍ବାଚନରେ ବିଜେପିର ବିଜୟର କିଛି ଦିନ ପରେ 'CMO Delhi x handle'କୁ 'kejriwal@work' ଭାବରେ ନାମିତ କରାଯାଇଥିଲା, ଯାହାକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା।
ଫେବୃଆରୀ ୮ ତାରିଖରେ ଘୋଷିତ ଫଳାଫଳରେ, ବିଜେପି ଦିଲ୍ଲୀର ୭୦ ବିଧାନସଭା ଆସନରୁ ୪୮ଟିରେ ବିଜୟୀ ହୋଇ କ୍ଷମତା ହାସଲ କରିଥିଲା। ରେଖା ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେଲେ। ବିଜେପି ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟ "ହାଇଜ୍ୟାକିଂ" କରିଥିବା ଅଭିଯୋଗ କରିଥିଲା। ଆଉ ଏହା ଉପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କ ହସ୍ତକ୍ଷେପ ଲୋଡ଼ିଥିଲା।
ରେଖା ଗୁପ୍ତାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଗୁରୁବାର 'X'ରେ ଏକ ପୋଷ୍ଟରେ କହିଛି, "ଆମେ ଦିଲ୍ଲୀର ଲୋକ ମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ପୂର୍ବ ସରକାର ଦ୍ୱାରା 'CMO ହ୍ୟାଣ୍ଡେଲ' ସଠିକ୍ ଭାବରେ ହସ୍ତାନ୍ତର କରାଯାଇ ନଥିଲା। 'X' ନିୟମ ଅନୁଯାୟୀ, ଏହି ହ୍ୟାଣ୍ଡେଲ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିୟନ୍ତ୍ରଣକୁ ଆସିଛି। ଏହା ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିବ। ପୂର୍ବରୁ, CMO 'X'କୁ ଏକ ଚିଠି ଲେଖି ତାଙ୍କର ସରକାରୀ ହ୍ୟାଣ୍ଡେଲକୁ ପୁନଃସ୍ଥାପିତ କରିବାକୁ କହିଥିଲେ।