ନୂଆଦିଲ୍ଲୀ: ଦିଲ୍ଲୀର କନାଣ୍ଟ ପ୍ଲେସରେ ଏକ ରେଷ୍ଟୁରାଣ୍ଟର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଛଅଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। କୁହାଯାଉଛି ଯେ ଏଲପିଜି ସିଲିଣ୍ଡରରେ ଲିକେଜ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୬ ଜଣ ପୋଡ଼ି ଯାଇଛନ୍ତି, ସେମାନଙ୍କୁ DFS ୟୁନିଟକୁ ନିଆଯାଇଛି।
ସକାଳ ପ୍ରାୟ ୧୧:୫୫ ସମୟରେ ବିକ୍କାଗାନେ ବିରିୟାନି ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଦିଲ୍ଲୀ ଅଗ୍ନିଶମ ବାହିନୀକୁ ସୂଚନା ମିଳିଥିଲା। ଏହା ପରେ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡ଼ି ପଠାଯାଇଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରି ନାହିଁ। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ରେଷ୍ଟୁରାଣ୍ଟର ରୋଷେଇ ଘରେ ଥିବା ଏକ ଏଲପିଜି ସିଲିଣ୍ଡର ଲିକେଜ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ RML ହସ୍ପିଟାଲକୁ ନିଆଯାଇଛି।
ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ପରେ, ଦିଲ୍ଲୀ ଅଗ୍ନିଶମ ସେବା (DFS) ଏହି ଅଞ୍ଚଳର ଦୋକାନ ଗୁଡ଼ିକର ନୋ-ଅବଜେକ୍ସନ ସାର୍ଟିଫିକେଟ୍ (NOC) ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି।