ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତେଜିଲା ହିନ୍ଦୀ-ତାମିଲ ଭାଷା ବିବାଦ, ବଜେଟ୍‌ରୁ ‘ ₹ ’ସିମ୍ବଲ ବଦଳାଇ ’ரூ ’ରଖିଲେ ଷ୍ଟାଲିନ୍

Published By : Prameya | March 13, 2025 3:56 PM

ନୂଆଦିଲ୍ଲୀ,୧୩।୩: ଭାଷା ବିବାଦ ଭିତରେ ତାମିଲନାଡୁ ସରକାରଙ୍କ ବଡ଼ ବଦକ୍ଷେପ। ଷ୍ଟାଲିନ୍ ସରକାର ରାଜ୍ୟ ବଜେଟ୍‌ରୁ ‘ଟଙ୍କା’ ବା ‘ରୁପିଆ’ର ‘ ₹ ’ ସିମ୍ବଲ ହଟାଇ ’ரூ ’ ନୂଆ ସିମ୍ବଲ ଦେଇଛନ୍ତି। ତାହା ପୁଣି ତାମିଲ ଭାଷାରେ। ଷ୍ଟାଲିନ୍ ଏହି ନିଷ୍ପତ୍ତି ସେତେବେଳେ ନେଇଛନ୍ତି, ଯେତେବେଳେ ସଂସଦରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ବିବାଦ ଆରମ୍ଭ ହୋଇଛି।  

ବଢିଲା ହିନ୍ଦୀ-ତାମିଲ ଭାଷା ବିବାଦ। ତାମିଲନାଡୁ ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ପ୍ରଚଳିତ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ସହିତ ଟ୍ରାଏ ଲାଙ୍ଗୁଏଜକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ହେଲେ ଏହାକୁ ଜୋରଦାର ବିରୋଧ କରିଛି ଡିଏମକେ। ସେଥିପାଇଁ  ସାରା ଦେଶରେ ପ୍ରଚଳିତ ‘ରୁପିଆ’ ବା ‘ଟଙ୍କା’ ର ସିମ୍ବଲକୁ ବଦଳାଇ ଦେଇଛି ଡିଏମକେ। ସିମ୍ବଲକୁ ତାମିଲ ଭାଷାରେ ପରିବର୍ତ୍ତନ କରିଛି ଷ୍ଟାଲିନ୍‌ଙ୍କ ଦଳ। ନୂଆ ସିମ୍ବଲ ତାମିଲ ଭାଷାର ଲିପି ଅକ୍ଷର ‘ଋ’ ରହିଛି। ସବୁଠାରୁ ବଡ଼ କଥା ଏହା ଯେ, କୌଣସି ଏକ ରାଜ୍ୟ ପ୍ରଥମ ଥର ‘ଟଙ୍କା’ର ପ୍ରତୀକକୁ  ବଜେଟରେ ପରିବର୍ତ୍ତନ କରିଛି। କାରଣ ଏହି '₹' ଚିହ୍ନ ବଜେଟର ପ୍ରତୀକ ବୋଲି କୁହାଯାଏ।

ସାରା ଦେଶରେ ‘ଟଙ୍କା’ର ଯେଉଁ ସିମ୍ବଲ ରହିଛି, ତା’ର ଡିଜାଇନ୍ ଉଦୟ କୁମାର ଧର୍ମଲିଙ୍ଗମ କରିଥିଲେ। ଆଉ ଆଶ୍ଚର୍ଯ୍ୟକର କଥା ହେଲା ସେ ତାମିଲନାଡୁର। ଉଦୟ ଡିଏମ୍‌କେ ବା ଷ୍ଟାଲିନ୍‌ଙ୍କ ଦଳର ବିଧାୟକ ରହିସାରିଥିବା ଏନ୍‌.ଧର୍ମଲିଙ୍ଗମଙ୍କ ପୁଅ। ଯିଏକି ପେଶାରେ ଜଣେ ଶିକ୍ଷାବିତ ଓ ଡିଜାଇନର। ତାଙ୍କ ଦ୍ବାରା ଡିଜାଇନ୍‌ ୫ଟି ସର୍ଟଲିଷ୍ଟେଡ୍ ସିମ୍ବଲ ଭିତକୁ ଗୋଟିଏ ଚୟନ ହୋଇଥିଲା। ଧର୍ମଲିଙ୍ଗମଙ୍କ କହିବା ଅନୁସାରେ, ତାଙ୍କର ଡିଜାଇନ୍ ଭାରତୀୟ ତ୍ରିରଙ୍ଗା ଉପରେ ଆଧାରିତ।  

ମିଛ କହୁଛି ପାକିସ୍ତାନ ? ବିଏଲଏ ଆର୍ମି ମାରିଛି ୫୦ ଯବାନ, ଏବେ ବି ଅଛନ୍ତି ଯାତ୍ରୀ: ପ୍ରତକ୍ଷଦର୍ଶୀଙ୍କ ବୟାନ

ଉଲ୍ଲେଖନୀୟ ଯେ, ନିକଟରେ ହିନ୍ଦୀ ଭାଷାକୁ ଟାର୍ଗେଟ କରିଥିଲେ ଷ୍ଟାଲିନ୍। ସେ  କହିଥିଲେ ୧୦୦ ବର୍ଷ ମଧ୍ୟରେ କେବଳ ହିନ୍ଦୀ ଭାଷା ୨୫ଟି ଉତ୍ତର ଭାରତୀୟ ଭାଷାକୁ ଧ୍ବଂସ କରିଦେଇଛନ୍ତି । ଉତ୍ତରପ୍ରଦେଶ ଓ ବିହାରକୁ ହିନ୍ଦୀ ଭାଷାଭାଷୀ ରାଜ୍ୟ କୁହାଯାଉଥିଲେ ବି ସେହି ରାଜ୍ୟ ଗୁଡିକର ମୁଖ୍ୟ ଭାଷା ବିଲୋପ ହୋଇଯାଇଛି । ହିନ୍ଦୀ ଭାଷା ଅନେକ ସଂସ୍କୃତି ଓ ଜାତିକୁ ବି ବିନାଶ କରିଦେବ। ହିନ୍ଦୀର ପ୍ରସାର ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି।ତେବେ ନୂଆ ଶିକ୍ଷାନୀତି ଅନୁସାରେ ଅନେକ ରାଜ୍ୟ ସଂସ୍କୃତକୁ ପ୍ରାଧାନ୍ୟ ଦେଉଛନ୍ତି।୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ଷ୍ଟାଲିନଙ୍କ ଭାଷା କାର୍ଡ ରାଜ୍ୟ ରାଜନୀତି ଉପରେ ବ୍ୟାପକ ପ୍ରଭାବ ପକାଇବା ଆଶା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.