ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଦିୱାନୀୟତ୍‌’ରେ ସୋନମଙ୍କ ଏଣ୍ଟ୍ରି, ପ୍ରଥମ ଥର ପରଦାରେ ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ

Published By : Prameya | March 14, 2025 7:50 AM

ମୁମ୍ବାଇ ୧୪/୦୩: ହର୍ଷବର୍ଦ୍ଧନ ରାଣେଙ୍କ ପରେ ଅଭିନେତ୍ରୀ ସୋନମ ବାଜୱାଙ୍କ ନାଁ ମିଲାପ ମିଲନ ଜାଭେରୀଙ୍କ ଫିଲ୍ମ ‘ଦିୱାନୀୟତ୍‌’ରେ ଯୋଡ଼ି ହୋଇଛି । ଏହା ଏକ ଭାବପ୍ରବଣ ପ୍ରେମ କାହାଣୀ ହେବ । ଏହି ଫିଲ୍ମ ଜରିଆରେ ହର୍ଷବର୍ଦ୍ଧନ ଓ ସୋନମ ପ୍ରଥମ ଥର ବଡ଼ ପରଦାରେ ନଜର ଆସିବେ । ଫିଲ୍ମ ନିର୍ମାଣ କରୁଛନ୍ତି ଅମୁଲ ଭି. ମୋହନ ଓ ଅଂଶୁଲ ମୋହନ । ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ରେ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ ନିର୍ମିତ ହୋଇଛି। 

‘ଦିୱାନୀୟତ୍‌’ର ନିର୍ଦ୍ଦେଶକ ଜାଭେରୀ ‘ସତ୍ୟମେବ ଜୟତେ’ ଓ ‘ମରଜାୱାଁ’ ଭଳି ଫିଲ୍ମ ପାଇଁ ପରିଚିତି ପାଇଛନ୍ତି । ଫିଲ୍ମର କାହାଣୀ ଉଭୟ ଜାଭେରୀ ଓ ମୁସ୍ତାକ ଶେଖ୍‌ ଲେଖିଛନ୍ତି । ଆଗାମି କିଛି ମାସ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ବର୍ଷ ଶେଷ ବେଳକୁ ଏହା ଥିଏଟରକୁ ଆସିବ । ଫିଲ୍ମରେ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଗୀତ କାହାଣୀର ଭାବନାକୁ ଭଲ ଭାବେ ଦେଖାଇବ, ଯାହା ଫିଲ୍ମକୁ ଆହୁରି ପ୍ରଭାବଶାଳୀ କରିବ । ମେଲୋଡି ଓ ଇମୋସନ୍‌ ଫିଲ୍ମକୁ ଖାସ୍‌ କରିବ । 

ସୋନମ ପଞ୍ଜାବୀ ସିନେମାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ଏବେ ସେ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଏ ବର୍ଷ ତାଙ୍କ ଅଭିନୀତ ‘ହାଉସ୍‌ଫୁଲ-୫’ ଓ ‘ବାଗୀ-୪’ ଭଳି ବିଗ୍‌ ବ୍ୟାନର ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏଥର ‘ଦିୱାନୀୟତ୍‌’ ଜରିଆରେ ସେ ରୋମାଣ୍ଟିକ୍‌ ଫିଲ୍ମରେ ନିଜକୁ ପ୍ରମାଣ କରିବାକୁ ଯାଉଛନ୍ତି । ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର୍‌ ଫିଲ୍ମ ‘ହାଉସ୍‌ଫୁଲ-୫’ ଜରିଆରେ ସୋନମ ବଲିଉଡ୍‌ରେ ଏଣ୍ଟ୍ରି କରିବେ । ଏହା ପରେ ଟାଇଗର ଶ୍ରଫ୍‌ଙ୍କ ସହ ‘ବାଗୀ୪’ରେ ମଧ୍ୟ ନଜର ଆସିବେ । ମଡେଲିଂରୁ ସୋନମ ଅଭିନୟ ଜଗତକୁ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ବି ବେଶ ଅଧିକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.