ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କୋରାପୁଟ ପରେ ରାଜଧାନୀ ସୁଟିଂ କରିବେ ଏସ୍‌ଏସ୍‌ ରାଜାମୌଲୀ, ଆସିବେ ପ୍ରିୟଙ୍କା, ମହେଶବାବୁ

Published By : Prameya | March 13, 2025 8:48 AM

ଭୁବନେଶ୍ୱର,୧୩/୦୩: କୋରାପୁଟ ପରେ ରାଜଧାନୀ ଭୁବନେଶ୍ୱରରେ ସୁଟିଂ କରିବେ ଚର୍ଚ୍ଚିତ ଫିଲ୍ମ ନିର୍ମାତା ଏସ୍‌ଏସ୍‌  ରାଜାମୌଲୀ । ଏନେଇ ସିନେମାର ପ୍ରମୁଖ ଷ୍ଟାର୍‌ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା  ଓ ତେଲୁଗୁ ସୁପର୍‌ଷ୍ଟାର୍‌ ମହେଶବାବୁ ମଧ୍ୟ ଭୁବନେଶ୍ୱର ଆସିବେ ବୋଲି ସୂଚନା ମିଳିଛି । ସିନେମା ଟିମ୍‌ ଭୁବନେଶ୍ୱର ଏବଂ ଏହାର  ଆଖାପାଖରେ ସୁଟିଂ ନେଇ ଯୋଜନା  କରିଛି । ବର୍ତ୍ତମାନ ପୂରା ଟିମ୍‌ ସିନେମା ଏସ୍‌ଏସ୍‌ଏମ୍‌ବି-୨୯ର  ସୁଟିଂ ପାଇଁ କୋରାପୁଟରେ ଡେରା ପକାଇଛି । 

ସେମିଲିଗୁଡ଼ା ବ୍ଲକ୍‌ ତଳମାଳି  ଅଞ୍ଚଳରେ ଫିଲ୍ମର ସୁଟିଂ ଜୋର୍‌ରେ ଆଗେଇ  ଚାଲିଛି । ଲୋକପ୍ରିୟ ଷ୍ଟାର୍‌ମାନଙ୍କ ସହ ସୁଟିଂ  ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ  ଭିଡ଼ ଜମୁଛି । ଫିଲ୍ମର କାହାଣୀକୁ ଗୋପ  ରଖାଯାଇଥିବାବେଳେ କ୍ୟାମ୍ପ୍‌ କରି ସୁଟିଂ ସେଟ୍‌ ଜଗିଛି ସିନେମା ନିର୍ମାଣଧୀନ ଟିମ୍‌ ।  ପାଖାପାଖି ୫୦୦ରୁ ଅଧିକ ସଦସ୍ୟ ଗତ  ୮-୯ ତାରିଖରୁ ଆସି ସିନେମା ସୁଟିଂରେ ଲାଗିଛନ୍ତି । ଆଗ ନିର୍ଦ୍ଦେଶକ ରାଜାମୌଲୀ ଓ ଅଭିନେତା ମହେଶବାବୁ ଆସିଥିବାବେଳେ ପଛରେ ପହଞ୍ଚିଥିଲେ ଅଭିନେତ୍ରୀ ପ୍ରିୟଙ୍କା  ଚୋପ୍ରା । ସମସ୍ତେ ଦେଓମାଳି କଟେଜ୍‌ରେ ରହୁଥିଲା ବେଳେ ଆସନ୍ତା ୨୯ ତାରିଖ  ତଥା ମାର୍ଚ୍ଚ ଶେଷ ସୁଦ୍ଧା ସେଠାରେ ସମସ୍ତ ସୁଟିଂ ସରିବ । ଏହାପରେ ଟିମ୍‌ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରି ପୂର୍ବରୁ ଠିକ୍‌  ହୋଇଥିବା ସ୍ଥାନରେ ସୁଟିଂ କରିବ ବୋଲି  ସୂଚନା ମିଳିଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ  କେଉଁ ସ୍ଥାନରେ ହେବ ତା’ର ସୂଚନା  ନଥିବା ବେଳେ ପ୍ରଯୋଜନା ସଂସ୍ଥା ପକ୍ଷରୁ  ଘୋଷଣାକୁ ଅପେକ୍ଷା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.