ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଓଡ଼ିଶାରେ ଜିଓର ଦବଦବା; ମେ ମାସରେ ରାଜ୍ୟରେ ସର୍ବାଧିକ ୧.୫୪ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି ଜିଓ

Published By : Bijay Swain | July 11, 2025 8:33 PM

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ମେ ମାସରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ମେ ମାସରେ ଓଡ଼ିଶାରେ ୧.୫୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ମେ ମାସରେ ଓଡ଼ିଶାରେ ଯୋଡି ହୋଇଥିବା ମୋଟ ନୂତନ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ୯୧ ପ୍ରତିଶତରୁ ଅଧିକ ଜିଓ ନେଟୱାର୍କରେ ସାମିଲ ହୋଇଛନ୍ତି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ମେ ମାସ ଶେଷ ସୁଦ୍ଧା ୧.୬୨ କୋଟି ଅତିକ୍ରମ କରିଛି। ଜିଓ ଓଡ଼ିଶାରେ ୪୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଅନ୍ୟ ଅପରେଟରମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡ଼ିଆ ମେ ମାସରେ ରାଜ୍ୟରେ ୧୮୮୪୨ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ ଏହା ପଛକୁ ଏୟାରଟେଲ୍ ମାତ୍ର ୩୬୯୩ ମୋବାଇଲ୍ ଗ୍ରାହକ ଯୋଡିଛି। ବିଏସଏନଏଲ ଏହି ମାସରେ ୮୦୦୦ ରୁ ଅଧିକ ମୋବାଇଲ୍ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମେ ମାସରେ ୧.୬୮ ଲକ୍ଷ ନୂତନ ମୋବାଇଲ ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩୧ ମେ, ୨୦୨୫ ସୁଦ୍ଧା ୩.୫୨ କୋଟି ଅତିକ୍ରମ କରିଛି।

ଜାତୀୟ ସ୍ତରରେ, ଜିଓ ମେ ମାସରେ ସର୍ବାଧିକ ୨୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି, ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ନିକଟରେ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ହାସଲର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଓଡ଼ିଶାରେ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ସେବାରେ ପ୍ରାଧାନ୍ୟ ବିସ୍ତାର କରି ଜିଓ ଏହି କ୍ଷେତ୍ରରେ ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି।

ରାଜ୍ୟରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଜିଓର ୪୬ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ, ୫୫ ପ୍ରତିଶତରୁ ଅଧିକ ୱାୟାରଲାଇନ୍ ଗ୍ରାହକ ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି। ସାରା ରାଜ୍ୟରେ ଜିଓର ବିସ୍ତୃତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଏହା ସମ୍ଭବ ହୋଇଛି।

ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ଶେଷ ମାଇଲ୍ ଫାଇବର ସଂଯୋଗର ଚ୍ୟାଲେଞ୍ଜକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ଗୁଣାତ୍ମକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ଏବଂ ହାଇସ୍ପିଡ଼ ବ୍ରଡବ୍ୟାଣ୍ଡ ସଂଯୋଗର ସୁବିଧା ପ୍ରଦାନ କରୁଛି। ଏହା ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରିଛି ଏବଂ ଲକ୍ଷ ଲକ୍ଷ ଛାତ୍ର, ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଙ୍କୁ ସଶକ୍ତ କରିଛି ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ଉପଲବ୍ଧ କରାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.