ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଉ ନାହାନ୍ତି ବ୍ରହ୍ମାସ୍ତ୍ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ପିତା, ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ

Published By : prameya | March 14, 2025 2:18 PM

ମୁମ୍ବାଇ,୧୪/୦୩: ବଲିଉଡ଼ ଜଗତରୁ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ନିର୍ଦ୍ଦେଶକ ତଥା ଆୟାନ ମୁଖାର୍ଜୀଙ୍କ ପିତା ଦେବ ମୁଖାର୍ଜୀ । ବୟସାଧିକ କାରଣରୁ ସେ ଅନେକ ଦିନ ଧରି ଅସୁସ୍ଥ ଥିବା ବେଳେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ସନ୍ଧ୍ୟା ୪ ଟାରେ  ମୁମ୍ବାଇର ଜୁହୁରେ ଥିବା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। 

ଏହା ମଧ୍ୟ ପଢନ୍ତୁ-  ‘ଦିୱାନୀୟତ୍‌’ରେ ସୋନମଙ୍କ ଏଣ୍ଟ୍ରି, ପ୍ରଥମ ଥର ପରଦାରେ ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ

ତେବେ ଦେବ ମୁଖାର୍ଜୀ ଅଭିନେତ୍ରୀ କାଜୋଲଙ୍କର ସମ୍ପର୍କୀୟ ଥିଲେ । ଏଥିସହ ଲଗନ ଫିଲ୍ମ ଭଳି ଅନେକ ଫିଲ୍ମ ବନାଇଥିବା ଆଶୁତୋଷ ଗୋବରିକର ଦେବ ତାଙ୍କର ଜ୍ବାଇଁ ଥିଲେ । ଦେବ ମୁଖାର୍ଜୀ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଇଣ୍ଡଷ୍ଟ୍ରିରେ ଲୋକେ ତାଙ୍କୁ ଦେବୁ ଦା ନାମରେ ଜାଣନ୍ତି । 

୨ ମାର୍ଚ୍ଚକୁ ଦେବ ମୁଖାର୍ଜୀଙ୍କ ନାତି ଓ ଆଶୁତୋଷ ଗୋବରିକରଙ୍କ ପୁଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦେବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ଏହି  ବିବାହରେ ସାମିଲ ହୋଇପାରିନଥିଲେ । ଶାହରୁଖ ଖାନଙ୍କ ସମେତ ଅନେକ ସେଲିବ୍ରିଟି ଏଥିରେ ସାମିଲ ହୋଇଥିଲେ । ଦେବ ମୁଖାର୍ଜୀ 'ତୁ ହି ତୁ ମେରୀ ଜିନ୍ଦେଙ୍ଗୀ','ଆଶୁଂ ବନଗଏ ଫୁଲ', 'ବଧୁ' ସମେତ ଅନେକ ଫିଲ୍ମରେ କାମ କରିଛନ୍ତି । ପରଦାରେ ଲୋକେ ତାଙ୍କୁ ଦେଖିବାକୁ ବେଶ୍ ପସନ୍ଦ କରନ୍ତି । 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.