ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପଶ୍ଚିମବଙ୍ଗରେ ରାମନବମୀରେ ହେବ ୨ ଶହ ରାଲି, ସାମିଲ୍ ହେବେ ୧ କୋଟି ହିନ୍ଦୁ…

Published By : Prameya | March 14, 2025 7:04 PM

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତା ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ସେ କହିଛନ୍ତି ଯେ, ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ପ୍ରାୟ ଦୁଇ ହଜାର ରାଲି ଅନୁଷ୍ଠିତ ହେବ । ଆଉ ଏଥିରେ ଏକ କୋଟି ହିନ୍ଦୁ ଅଂଶଗ୍ରହଣ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ୨ ହଜାର ରାଲି ଆୟୋଜନ କରୁଥିବା ଲୋକମାନେ ପ୍ରଶାସନ ଠାରୁ ଅନୁମତି ନେବା ଉଚିତ୍ ନୁହେଁ। ରାଲି ସମୟରେ ସମସ୍ତେ ଯେପରି ଶାନ୍ତିପୂର୍ଣ୍ଣ ରହିବେ ତାହା ସୁନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ।

ପୂର୍ବ ମେଦିନୀପୁର ଜିଲ୍ଲାର ତାଙ୍କ ନିର୍ବାଚନମଣ୍ଡଳୀ ନନ୍ଦୀଗ୍ରାମରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ, ଅଧିକାରୀ ରାମନବମୀ ଆୟୋଜକ ମାନଙ୍କୁ ରାଲି କରିବା ପାଇଁ ପ୍ରଶାସନ ଠାରୁ ଅନୁମତି ନ ନେବାକୁ ଆହ୍ୱାନ ଦେଇଛନ୍ତି । କାରଣ 'ଭଗବାନ ରାମଙ୍କୁ ପ୍ରାର୍ଥନା କରିବା ପାଇଁ ଆମକୁ ଅନୁମତିର ଆବଶ୍ୟକତା ନାହିଁ"।

"ଗତ ବର୍ଷ, ପ୍ରାୟ ୫୦ ହଜାର ହିନ୍ଦୁ ପ୍ରାୟ ୧ ହଜାର ରାମ ନବମୀ ରାଲିରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ, ଏପ୍ରିଲ ୬ରେ ୨ ହଜାର ରାଲି କରିବା ପାଇଁ ରାଜ୍ୟ ସାରା ୧ କୋଟିରୁ ଅଧିକ ହିନ୍ଦୁ ରାସ୍ତାକୁ ଓହ୍ଲାଇବେ । କୌଣସି ସମ୍ପ୍ରଦାୟର ନାମ ନ ନେଇ ସେ କହିଛନ୍ତି, "ରାଲି ବାହାର କରିବା ପାଇଁ ପ୍ରଶାସନଠାରୁ କୌଣସି ଅନୁମତି ନିଅନ୍ତୁ ନାହିଁ। ଭଗବାନ ରାମଙ୍କୁ ପ୍ରାର୍ଥନା କରିବା ପାଇଁ ଆମକୁ ଅନୁମତିର ଆବଶ୍ୟକତା ନାହିଁ। ଆମେ ଶାନ୍ତିପୂର୍ଣ୍ଣ ରହିବୁ। କିନ୍ତୁ ଅନ୍ୟମାନେ ମଧ୍ୟ ଶାନ୍ତିପୂର୍ଣ୍ଣ ରହିବେ ତାହା ସୁନିଶ୍ଚିତ କରିବା ପ୍ରଶାସନର କାମ।"

ଚଳିତ ବର୍ଷ ଶେଷ ସୁଦ୍ଧା ତାଙ୍କ ନିର୍ବାଚନମଣ୍ଡଳୀ ସୋନାଚୁରାରେ ଏକ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ଅଧିକାରୀ ଘୋଷଣା କରିଛନ୍ତି । ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ସିପିଆଇ(ଏମ୍) ଅଧିକାରୀଙ୍କୁ "ବିଭାଜନ ଏବଂ ଧର୍ମ"ର ରାଜନୀତିରେ ଲିପ୍ତ ଥିବା ଅଭିଯୋଗ କରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ବରିଷ୍ଠ ତୃଣମୂଳ ନେତା ଫିରହାଦ ହାକିମ କହିଛନ୍ତି, "ରାଜ୍ୟର ଲୋକମାନେ ଅଧିକାରୀଙ୍କ ପରି ବିଜେପି ନେତାଙ୍କ କୌଣସି ଭାଷଣବାଜି ଦ୍ୱାରା ପ୍ରଭାବିତ ହେବେ ନାହିଁ। ପ୍ରତ୍ୟେକଙ୍କ ଧାର୍ମିକ ରୀତିନୀତି ପାଳନ କରିବାର ଏବଂ ନିଜ ଇଚ୍ଛା ଅନୁସାରେ ପର୍ବ ପାଳନ କରିବାର ଅଧିକାର ଅଛି।

ସିପିଆଇ(ଏମ୍) ନେତା ସୁଜନ ଚକ୍ରବର୍ତ୍ତୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଅଧିକାରୀ ହିନ୍ଦୁ ଧର୍ମର ରକ୍ଷକ ନୁହଁନ୍ତି। ସେ କହିଛନ୍ତି, "ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ପାଇଁ ରାମ ନବମୀ କେବେବି ଏକ ଗଣପର୍ବ ହୋଇନାହିଁ। କେବଳ ବିଜେପି ଏବଂ ଟିଏମସି ରାଜ୍ୟରେ ରାମ ନବମୀକୁ ଏତେ ବଡ଼ ପର୍ବ ବୋଲି କହିଛନ୍ତି। କୌଣସି ପର୍ବରେ ଅଂଶଗ୍ରହଣ କରିବା କିମ୍ବା ନ କରିବା ବ୍ୟକ୍ତି ଉପରେ ନିର୍ଭର କରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.