ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଅର୍କକ୍ଷେତ୍ରରୁ ଶ୍ରୀକ୍ଷେତ୍ର 'ସୁରକ୍ଷିତ ତଟ ସମୃଦ୍ଧ ଭାରତ' ସାଇକ୍ଲୋଥନ

Published By : Rasmita Pradhan | March 14, 2025 11:04 AM

କୋଣାର୍କ,୧୪।୩ : ସିଆଇଏସଏଫର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ କୋଷ୍ଟାଲ ସାଇକ୍ଲୋଥନ। ସାଇକେଲ ଚାଳନା ମାଧ୍ୟମରେ ସୁରକ୍ଷିତ ତଟ ସମୃଦ୍ଧ ଭାରତ ବାର୍ତ୍ତା ଦିଆଯାଉଛି। ଶୁକ୍ରବାର ସକାଳେ ଏହି କୋଷ୍ଟାଲ ସାଇକ୍ଲୋଥନକୁ କୋଣାର୍କରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହାପରେ ସାଇକେଲ୍ ଶୋଭାଯାତ୍ରା ଚନ୍ଦ୍ରଭାଗା ବେଳାମାର୍ଗ ଦେଇ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି। ଏହି ସାଇକ୍ଲୋଥନରେ ସିଆଇଏସଏଫ ସିନିୟର୍ କମାଣ୍ଡାଟ ଆଲୋକ ଯୋଶୀ ପ୍ରମୁଖ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଅଛନ୍ତି।

ଗତ ମାର୍ଚ୍ଚ ୭ ତାରିଖରେ ପଶ୍ଚିମବଙ୍ଗର ବଖାଲିରୁ ଏହି କୋଷ୍ଟାଲ ସାଇକ୍ଲୋଥନ ବାହାରିଛି। ଓଡ଼ିଶାର ବ୍ରହ୍ମପୁର, ଗୋପାଳପୁର, ପୁରୀ ସାତପଡ଼ା ପରିକ୍ରମା କରି ଆସନ୍ତା ମାର୍ଚ୍ଚ ୩୧ ତାରିଖରେ କନ୍ୟାକୁମାରୀରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସିଆଇଏସଏଫର ସୁରକ୍ଷା କର୍ମୀ ସାମିଲ ହୋଇ ୨୫ ଦିନରେ ଭାରତର ୯ଟି ରାଜ୍ୟ ଦେଇ ୬୫୫୩ କିମି ପରିକ୍ରମା କରିବେ। ଭାରତର ସମୁଦ୍ର ତଟରେ ବସବାସ କରୁଥିବା ଲୋକଙ୍କ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସମ୍ବେଦନଶୀଳ ରହିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। 

ଏହି ଖବରଟିକୁ ପଢନ୍ତୁ-ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.