ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ହୋଲି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି, କାଠଯୋଡି ଓ ମହାନଦୀର ବିଭିନ୍ନ ଘାଟ ଜଗିବେ ଟିମ୍‌

Published By : Prameya | March 14, 2025 11:02 AM

କଟକ,୧୪/୦୩: ହୋଲି ପର୍ବ  ପାଳନ ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗ  ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ହୋଲି ଦିନ ନଦୀ ଗାଧୁଆରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଉଭୟ କାଠଯୋଡି ଓ ମହାନଦୀର ବିଭିନ୍ନ ଘାଟ ଗୁଡିକରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । 

ମୁଖ୍ୟତଃ ମହାନଦୀର କାଳିଆବୁଦା ନିକଟସ୍ଥ ଘାଟ, ଯୋବ୍ରା, ମାଲାଗାଦାମ ଥାନା ନିକଟ, ବାଲିଯାତ୍ରା ତଳ ପଡିଆ, ହାଡିଆପଠା  ସଂଲଗ୍ନ ଘାଟ, ଏନସିସି ନ୍ୟାଭି କାର୍ଯ୍ୟାଳୟ, ଚହଟା, ଧବଳେଶ୍ୱର ଗଡା, ଭୁଆଶୁଣି ଗଡା  ଓ ନରାଜ ନିକଟ ଘାଟରେ ଉଦ୍ଧାରକାରୀ ଦଳ  ସଜାଗ ରହିବ । ସେହିପରି କାଠଯୋଡିରେ  ପାଣି ନଥିଲେ ମଧ୍ୟ ରିଂବନ୍ଧରେ ରେସ୍କ୍ୟୁ ଟିମ  ଆଲର୍ଟରେ ରହିବ । ବକ୍ସିବଜାର, ବିଡାନାସୀ  ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ର ପକ୍ଷରୁ  ଗୋଟିଏ କରି ୟୁନିଟ କାର୍ଯ୍ୟକ୍ଷମ ହେବ ।  ତେବେ ନିଶାଦ୍ରବ୍ୟ ସେବନ କରି ନଦୀ ମଧ୍ୟକୁ  ପ୍ରବେଶ ନକରିବାକୁ ଅଗ୍ନିଶମ ଅଧିକାରୀ  ସଞ୍ଜିବ ବେହେରା ପରାମର୍ଶ ଦେଇଛନ୍ତି ।  

ଅନ୍ୟପଟେ, ପୁଲିସ ପକ୍ଷରୁ ମଧ୍ୟ ସହରରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ହୋଲି ଦିନ କୌଣସି ଅଭିଯୋଗ ପାଇବାର  ୧୫ ମିନି୍‌ଟ ଭିତରେ ଅଭିଯୋଗାକରୀଙ୍କ ସହିତ  ଯୋଗାଯୋଗ କରି ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.