ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର ପରିବର୍ତ୍ତନ ହୋଇପାରେ; ସାମିଲ ହୋଇପାରେ ପୁରୀ

Published By : Prameya | March 14, 2025 7:39 PM

ଭୁବନେଶ୍ବର,୧୪/୩:  ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା । ଶ୍ରୀକ୍ଷେତ୍ରକୁ ଗଡ଼ିପାରେ ମେଟ୍ରୋ ।  ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ଅନୁଧ୍ୟାନ ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । 

ପରିବର୍ତ୍ତନ ହୋଇପାରେ ମେଟ୍ରୋର DPR । ଏ ନେଇ ରାଜ୍ୟ ସରକାର ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଯେଉଁ ଯେଉଁ ଜାଗାରେ ମେଟ୍ରୋ ରେଳ ଚାଲିଛି କମିଟି ଅନୁଧ୍ୟାନ କରିବ । ପ୍ରକଳ୍ପ କେମିତି ଲୋକଙ୍କ କାମରେ ଅଧିକ ଆସିପାରିବ ସେ ନେଇ ମଧ୍ୟ କମିଟି ଅନୁଧ୍ୟାନ କରିବ । କେମିଟି ସବୁ ଦିଗକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବ । ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ଦେବା ପରେ ଆଗକୁ ଏହାକୁ ନେଇ ବଡ ନିଷ୍ପତ୍ତି ନିଆଯିବ । ସ୍ଵତନ୍ତ୍ର କମିଟିରେ ନଗର ଉନ୍ନୟନ ବିଭାଗର ସହିତ ପରିବହନ ବିଭାଗର ଅଧିକାରୀ ଅଛନ୍ତି । ଏହା ସହିତ  ବାହାରୁ ୪ ଜଣ ମେଟ୍ରୋ ଏକ୍ସପର୍ଟ କମିଟିରେ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.