ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ

Published By : Prameya | March 17, 2025 7:17 AM

ଭୁବନେଶ୍ୱର,୧୭/୦୩: ରାଜ୍ୟରେ କଲବଲ କରୁଛି ତାତି। ପ୍ରଚଣ୍ଡ ଅଗ୍ନିବର୍ଷାରେ ଛଟପଟ ହୋଇ ଯାଇଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା । ସୋମବାର ବି ନିସ୍ତାର ନାହିଁ । ପାଣିପାଗ  ବିଭାଗ ସତର୍କ ସୂଚନା ଦେଇଛି, ଜଳିବ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶା । ଝାରସୁଗୁଡ଼ା,  ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାର ଅଧିକାଂଶ  ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । 

ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର  ସ୍ଥିତି ବି ବେହାଲ ହୋଇପାରେ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ନିଆଁ ଝଡ଼ ପ୍ରବାହିତ ହେବ ।  ଉପକୂଳ ଅଞ୍ଚଳରେ ତାତି ୪୦ ଡିଗ୍ରୀ ନ ଛୁଇଁଲେ  ବି ଅସ୍ୱାଭାବିକ ଗୁଳୁଗୁଳି ଅନୁଭୂତ ହେବ ବୋଲି  ପୂର୍ବାନୁମାନ କରାଯାଇଛି । ହେଲେ ଆଶା ଅଛି, ଦୁଇ ଦିନ ପରେ ବଦଳିବ  ପାଗ । ୭ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବର୍ଷା ସମ୍ଭାବନା ।  ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ  ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ  ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ପୂର୍ବାନୁମାନ କରିଛି । କମିବ ତାପମାତ୍ରା ।  

କୃଷି ପାଣିପାଗ ବିଷାରଦ ଡକ୍ଟର ସୁରେନ୍ଦ୍ରନାଥ  ପଶୁପାଳକଙ୍କ ପୂର୍ବାନୁମାନ ହେଲା, ୨୦ ତାରିଖ ପରେ ଆଶ୍ୱସ୍ତି ମିଳିବ । ମାର୍ଚ୍ଚ ୨୧ ତାରିଖରେ ଉତ୍ତର ପଶ୍ଚିମ ଓ ୨୨ରେ ଦକ୍ଷିଣ ଓଡ଼ିଶାରେ ଘୂର୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପବନ ଘଡ଼ଘଡ଼ି  ସହ ବର୍ଷା ହେବ । ୨୦ ତାରିଖରେ ୧ରୁ ୨ ଡିଗ୍ରୀ  କମିପାରେ ତାପମାତ୍ରା  । କିନ୍ତୁ ୨୧ ଓ ୨୨ ତାରିଖରେ  ୪ରୁ ୫ ଡିଗ୍ରୀ କମିଯିବ ଦିନ ତାପମାତ୍ରା । 

ରବିବାର ରାଜ୍ୟର ୭ଟି ସ୍ଥାନରେ ତାତି  ୪୦ଂ ଛୁଇଁଥିଲା । ବୌଦ୍ଧରେ ସର୍ବାଧିକ ୪୩.୬ଂ  ସେଲସିୟସ୍‌ ରହିଥିଲା । ଝାରସୁଗୁଡ଼ାରେ  ୪୨ଂ ସେଲସିୟସ୍‌, ବଲାଙ୍ଗୀରରେ ୪୧.୭ଂ  ସେଲସିୟସ୍‌, ଅନୁଗୁଳରେ ୪୧.୧ଂ  ସେଲସିୟସ୍‌, ଟିଟିଲାଗଡ଼ରେ ୪୦.୫ଂ  ସେଲସିୟସ୍‌ ଓ ଭବାନୀପାଟଣାରେ ୪୦.୨ଂ  ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।  ରାଜ୍ୟକୁ ବର୍ତ୍ତମାନ ପଶ୍ଚିମା ଗରମ ପବନ  ବୋହୁଛି । ତେଣୁ ତାପମାତ୍ରା ବଢ଼ି ଚାଲିଛି ।  ଦୁଇ ଦିନ ପରେ ପାଗରେ ଆଂଶିକ ପରିବର୍ତ୍ତନ  ହେବ । ବଙ୍ଗୋପସାଗରରୁ ସାମୁଦ୍ରିକ ବାୟୁ  ଆଭ୍ୟନ୍ତରୀଣ ଓଡ଼ିଶାକୁ ଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.