ଭୁବନେଶ୍ଵର, ୧୭/୦୩ : ବିଧାନସଭା ବଜେଟ୍ ଅଧିବେଶନ। ସୋମବାର ଦିନ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ନାରାବାଜି। ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ। ଚାଲିପାରିଲାନି ଗୃହ, ଧୋଇଗଲା ପ୍ରଶ୍ନକାଳ। ଅପରାହ୍ନ ୧୨ଟା ୧୫ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି।
ସୂଚନାନୁଯାୟୀ, ୩ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ୍ ଅଧିବେଶନ । ସୋମବାର ଦିନ ଗୃହ ଆରମ୍ଭ ହେବା ମାତ୍ରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଙ୍ଗାମା । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେଡି ବିରୋଧ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗ ନେଇ ହୋହାଲ୍ଲା ଏବଂ ନାରାବାଜି କରିଥିଲା । ଏପିରିକି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ବିଧାନସଭାର ପ୍ରଶ୍ନକାଳ ଚାଲିଥିବା ବେଳେ ବାଚସ୍ପତି ବାରମ୍ବାର ବିରୋଧୀ ସଦସ୍ୟଙ୍କୁ ନିଜ ନିଜ ସିଟ୍ରେ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀମାନେ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଶେଷରେ ମଧ୍ୟାହ୍ନ ୧୨ଟା ୧୫ ଯାଏଁ ବାଚସ୍ପତି ସୁରମା ପାଢୀ ଗୃହ ମୁଲତବୀ ଘୋଷଣା କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ-ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ