ପୁରୀ ୧୭/୦୩: ବଡ଼ଦେଉଳରେ ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ। ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି। ନୀଳଚକ୍ରରେ ଲାଗିଥିବା ୧୪ ଫୁଟିଆ ପତିତପାବନ ବାନାରେ ଆପେ ଆପେ ଶୂନ୍ୟଗଣ୍ଠି ପଡିଛି। ବିଶ୍ବାସ ରହିଛି ପବନରେ ପତିପତପାବନ ବାନରେ ଶୂନ୍ୟ ଗଣ୍ଠି ପଡିଲେ ଶୁଭ ହୋଇଥାଏ। ଶୂନ୍ୟ ଗଣ୍ଠି ବାନା ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତି ମିଳିଥାଏ। ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ ସୂଚନା ଦେଇଛନ୍ତି।
ସୂଚନା ଅନୁଯାଇ, ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ଗତ କାଲି ପ୍ରବଳ ପବନ ବହିଥିବା ଯୋଗୁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିବା କୁହାଯାଉଛି। ତେବେ ଏହି ପତିତପାବନ ବାନାକୁ ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ ବୋଲି ଚୂନରା ସେବକମାନେ ସୂଚନା ଦେଇଛନ୍ତି।