ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

Karnataka: କର୍ଣ୍ଣାଟକ ସରକାରଙ୍କ ନୂଆ ଘୋଷଣା; ଏଣିକି ମୁସଲିମ କଣ୍ଟ୍ରାକ୍ଟରଙ୍କୁ ମିଳିବ ସଂରକ୍ଷଣ

Published By : Bijay Swain | March 15, 2025 7:21 PM

Image courtesy: indiatoday

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ନୂଆ ବିବାଦ। ଗୋଟିଏପଟେ ସଂରକ୍ଷଣ ଅନ୍ୟପଟେ ସମାଲୋଚନା। ମୁସଲିମ କଣ୍ଟ୍ରାକ୍ଟରମାନଙ୍କୁ ରାଜ୍ୟରେ ହେଉଥିବା ଟେଣ୍ଟର ବାବଦରେ ୪ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଆଉ ଏହାକୁ ନେଇ ସମଗ୍ର କର୍ଣ୍ଣାଟକ ରାଜ୍ୟ ରାଜନୀତିରେ ବିବାଦ ଆରମ୍ଭ ହୋଇଯାଇଛି। ଗୋଟିଏପଟେ ସାସକ ଦଳ ଏହାକୁ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଉଛି ବୋଲି କହୁଥିବା ବେଳେ ବିରୋଧି ବିଜେପି ଏହାର ଜୋରଦାର ବିରୋଧ କରିବା ଆରମ୍ଭ କରିଦେଇଛି କ୍ୟାବିନେଟ ଦ୍ୱାରା ନିଆଯାଉଥିବା ଏହି ନିଷ୍ପତି ଏକ ପ୍ରସନ୍ନ ରାଜନୀତି ଯାହା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପରିଚାଳନା କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି। 

ଏହି ବିଲ୍ ନେଇ ଲୋକସଭାରେ ଆଲୋଚନା ସମୟରେ ଏହାର କଡା ନିନ୍ଦା କରିଥିଲେ ବିରୋଧି ଦଳର ମୁଖ୍ୟ ରବିଶଙ୍କର ପ୍ରସାଦ। ଏହାକୁ ନେଇ କର୍ଣ୍ଣାଟକ ସରକାରଙ୍କୁ ସେ ସିଧା ଟାର୍ଗେଟ କରିବା ସହ ଏହା ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା ବୋଲି କହିଥିଲେ ପ୍ରସାଦ। ଏନେଇ ଗତ ରବିବାର ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି କହିଛି ଯେ “କର୍ଣ୍ଣାଟକ ସରକାର ଦ୍ୱାରା ପାସ୍ ହୋଇଥିବା ଏହି ନୂତନ ବିଲ୍ ସମ୍ପୂର୍ଣ୍ଣ ରୁପେ ରାହୁଲ ଗାନ୍ଧୀଙ୍କ ପୃଷ୍ଟ ପୋଷକତାରେ ହୋଇଛି। ଆମେ ପୂରା ଦାୟିତ୍ତ୍ୱର ସହ ଏହା କହୁଛୁ।”

ଆପଣଙ୍କୁ ଜଣାଇରଖୁ ଯେ ସିଦ୍ଧରମିୟାଙ୍କ କ୍ୟବିନେଟ ଶନିବାର ଦିନ କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ ପବ୍ଲିକ ପ୍ରକ୍ୟୁରମେଣ୍ଟ(କେଟିପିପି) ଆକ୍ଟକୁ ଅମୁମୋଦନ କରିଛି। ଯେଉଁଥିରେ ୧ କୋଟି ରାଶି ଯାଏଁ ଦିଆଯାଉଥିବା ଟେଣ୍ଟରରେ ମୁସଲିମ କଣ୍ଟ୍ରାକ୍ଟରମାନଙ୍କୁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ପ୍ରସାଦ କହିଛନ୍ତି ଯେ ଏହି ଅସୁବିଧା କେବଳ କର୍ଣ୍ଣାଟକ ଯାଏ ସୀମିତ ହୋଇ ରହିନାହିଁ। ଏହା ବର୍ତ୍ତମାନ ଦେଶବ୍ୟାପୀ ପ୍ରଭାବ ପକାଇବାକୁ ଆରମ୍ଭ କଲାଣି।

କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି ଯେ ଏହା ଏକ ଲାଭ ହାସଲକାରୀ ଧାର୍ମିକ ଯୋଜନା। ଏନେଇ ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି “କର୍ଣ୍ମାଟକ ସରକାର ନିଜ ଶକ୍ତିର ଅପବ୍ୟବହାର କରୁଛନ୍ତି। ନିଜ ରାଜନୀତି ପାଇଁ ଭୋଟବ୍ୟାଙ୍କ ବାଢାଇବାକୁ ଆମ ଅର୍ଥନୀତି ସହ ଖେଳୁଛନ୍ତି ଏ ସରକାର।” 

ଆପଣଙ୍କୁ ଜଣାଇରଖୁ ଯେ ଗତ ମାର୍ଚ୍ଚ ୭ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମିୟା ରାଜ୍ୟ ବଜେଟ ଘୋଷଣା କରିଥିଲେ। ଏହି ବଜେଟରେ ସେ ଏକ ନୂଆ ବିଲ୍ ଆଗତ କରିଥିଲେ। ଯେଉଁଥିରେ ବିଭିନ୍ନ ସରକାରି ପ୍ରକଳ୍ପ ଅଥିନରେ ହେଉଥିବା ସମସ୍ତ ପବ୍ଲିକ ୱାର୍କ କଣ୍ଟ୍ରାକ୍ଟରେ ମୁସଲମାନ ସମ୍ପ୍ରଦାୟଙ୍କୁ କାଟାଗୋରି-୨ଖ ଅଧିନରେ ସଂରକ୍ଷଣ ଘୋଷଣା କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.