ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

କ୍ରିକେଟ ପରେ ଏବେ ଆକ୍ଟିଂରେ ଭାଗ୍ୟ ପରୀକ୍ଷା କରିବେ ଅଷ୍ଟ୍ରେଲିଆର ଏହି ଖେଳାଳୀ, ଡ୍ୟାନ୍ସିଂ ଲୁକ୍ ହେଲା ରିଲିଜ

Published By : Prameya | March 15, 2025 5:55 PM

ମୁମ୍ବାଇ,୧୫/୩ :   ଅଷ୍ଟ୍ରେଲିଆନ କ୍ରିକେଟର ଡେଭିଡ ଓ୍ବାର୍ଣ୍ଣର କ୍ରିକେଟ ମୈଦାନରେ ଖୁବ୍ ଚୌକା ଛକ୍କା ମାରିଛନ୍ତି । କ୍ରିକେଟ ଫିଲ୍ଡରେ ଦର୍ଶକଙ୍କୁ ଇମ୍ପେ୍ରସ କରିବା ପରେ ଡେଭିଡ ଓ୍ବାର୍ଣ୍ଣର ଏବେ ଦ୍ବିତୀୟ ଇନିଂଶ ଫିଲ୍ମ ମୈଦାନରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ନୂଆ ପାଳି ଲାଗି ଡେଭିଡ ଓ୍ବାର୍ଣ୍ଣର ସାଉଥ ଇଣ୍ଡିଆନ ମୁଭିକୁ ଚୟନ କରିଛନ୍ତି।  ଏଭଳି କି ଦେଖିବାକୁ ଗଲେ ଏବେ ସାଉଥ ଇଣ୍ଡିଆନ ମୁଭିଜର କ୍ରେଜ କେବଳ ସାଉଥ ଇଣ୍ଡିଆନ ରାଜ୍ୟ ପର୍ଯ୍ୟନ୍ତ ସୀମିତ ନାହିଁ । ଏହି ଫିଲ୍ମର ଯାଦୁ ଦେଶ ଏବଂ ବିଦେଶ ଉଭୟ ସ୍ଥାନରେ ଖୁବ୍ ଦେଖାଯାଉଛି । ଯାହାଠୁ ଡେଭିଡ ଓ୍ବାର୍ଣ୍ଣର ବର୍ତ୍ତି ପାରିନାହାନ୍ତି । ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରିବାର ଘୋଷଣା ପରେ ଏବେ ମୁଭି ମେକର୍ସ ଫିଲ୍ମରେ ତାଙ୍କର ପ୍ରଥମ ଝଲକ ବି ରିଲିଜ କରି ଦେଇଛନ୍ତି ।

ମୈତ୍ରୀ ମୁଭିଜ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଡେଭିଡ ଓ୍ବାର୍ଣ୍ଣରଙ୍କ ପ୍ରଥମ ଲୁକ୍ ରିଲିଜ୍ କରିଛି । ଏହି ପୋଷ୍ଟରେ କ୍ୟାପ୍ଶନରେ ଲେଖାଯାଇଛି କି ଖେଳର ମୈଦାନରେ ନିଜ ଖାସ ପରିଚୟ ଛାଡ଼ିବା ପରେ ଡେଭିଡ୍ ଓ୍ବାର୍ଣ୍ଣର ଏବେ ସିଲଭର ସ୍କ୍ରିନରେ ଚମକିବା ଲାଗି ପ୍ରସ୍ତୁତ ଅଛନ୍ତି । ଇଣ୍ଡିଆନ ସିନେମାରେ ସେ ରବିନ ହୁଡ ମୁଭି ଜରିଆରେ ଜବରଦସ୍ତ କେମିୟୋ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ୨୮ମାର୍ଚ୍ଚରେ ଓ୍ବାର୍ଲ୍ଡ ଓ୍ବାଇଡ୍ ରିଲିଜ ହେବ । ଏହି ପୋଷ୍ଟରେ ଡେଭିଡ ଓ୍ବାର୍ଣ୍ଣର ଡ୍ୟାନ୍ସିଂ ଲୁକରେ ଦେଖାଯାଉଛନ୍ତି । ସେ ଅରେଞ୍ଜ କଲରର ଟିସାର୍ଟରେ ନଜର ଆସୁଛନ୍ତି । ଏହି ପୋଷ୍ଟକୁ ୨୪୪.୯ରୁ ଅଧିକ ଭ୍ୟୁଜ୍ ମିଳି ସାରିଛି । 

ଏହି ମୁଭିରେ ସାଉଥ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ନିତିନଙ୍କ ସହ ଶ୍ରୀ ଲିଳା ବି ନଜର ଆସିବେ। ଡେଭିଡ ଓ୍ବାର୍ଣ୍ଣରଙ୍କ କେମିୟୋ କିଭଳି ହେବ ଏହା ଉପରେ ମେକର୍ସ କୌଣସି ଖୁଲାସା କରିନାହାନ୍ତି । କିନ୍ତୁ ଏହା ଅନୁମାନ କରାଯାଉଛି କି ଡେଭିଡ ଓ୍ବାର୍ଣ୍ଣର ନେଗେଟିଭ ରୋଲରେ ନଜର ଆସିପାରନ୍ତି । ମେକର୍ସ ଡେଭିଡ ଓ୍ବାର୍ଣ୍ଣରଙ୍କ ଲୁକକୁ ବହୁତ ଡ୍ୟାନ୍ସିଂ ରଖିଛନ୍ତି । ଯେଉଁଥିରେ ଏହା ସଫା ସଫା ଜାହିର ହେଉଛି କି ଫିଲ୍ମ ମେକର୍ସ କ୍ରିକେଟ ପ୍ରେମିଓଙ୍କୁ ବି ଆକର୍ଷିତ କରିବାକୁ ପୂରା ପ୍ରସ୍ତୁତ କରିଛନ୍ତି । ଫିଲ୍ମ ୨୮ମାର୍ଚ୍ଚ ୨୦୨୫ରେ ରିଲିଜ ହେବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.