ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

କିଏ କର୍ଣ୍ଣାଟକ ସରକାରଙ୍କୁ କରୁଛି ବ୍ଲାକମେଲ ? ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଣିଲେ ଅଭିଯୋଗ

Published By : Ankita S | March 15, 2025 1:37 PM

ବେଙ୍ଗାଲୁରୁ,୧୫/୦୩: କର୍ଣ୍ଣାଟକରେ ତେଜୁଛି ଅଳିଆ ବିବାଦ । ରାଜଧାନୀ ବେଙ୍ଗାଲୁରୁରେ ଅଳିଆକୁ ନେଇ ରାଜନୀତି ଉଷ୍ମ ହେଉଛି । ରାଜ୍ୟ ସରକାରଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଯାଉଛି । ଖାଲି ସେତିକି ନୁହେଁ ବିଧାୟକମାନେ ସରକାରଙ୍କୁ ବ୍ଲାକମେଲ କରୁଥିବା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦାବି କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ବିଧାୟକ ଅଳିଆ ସଙ୍କଟକୁ ନେଇ ରାଜ୍ୟ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି । କାହାର ନାଁ ନ ନେଇ ଅଭିଯୋଗ ଆଣିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହିଛି । ଅଳିଆ ସଫାରେ ନିୟୋଜିତ ଗାଡି ଫସି ରହିଛି । ତେଣୁ ଅଳିଆ ସଫା ହୋଇପାରୁନାହିଁ । ଏମ ନାଗାରାଜୁଙ୍କ ଏହି ବୟାନର ଜବାବ ଦେଇ ଡେରୁଟୀ  ସିଏମ୍ ଅଭିଯୋଗ କରିଛନ୍ତି କି,ଅଳିଆ ପରିଚାଳନାକୁ ନିୟନ୍ତ୍ରଣ କରିବାକୁ ଏକ ମାଫିଆ ଅଛି । ଠିକା ସଂସ୍ଥା ୮୫ପ୍ରତିଶତ ବୃଦ୍ଧି କରିବାକୁ କହିଛି। ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଟକାଇବାକୁ ସେମାନେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ମୁଁ ନାଁ ନେବାକୁ ଚାହୁଁନାହିଁ-  କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅଭିଯୋଗ ଆଣିଛନ୍ତି କି, ବିଭିନ୍ନ ରାଜନୈତିକ ଦଳର ବିଧାୟକ ଆମକୁ ବ୍ଲାକମେଲ କରୁଛନ୍ତି । ମୁଁ କାହାର ନାମ ନେବାକୁ ଚାହୁଁନାହିଁ । ମୁଁ କେବଳ ସମସ୍ତଙ୍କ ଆଗରେ ସତ ଆଣିବାକୁ ଯାଉଛି । ବେଙ୍ଗାଲୁରୁ ବିଧାୟକ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି କାରଣ ସେ ଚାହୁଁଛନ୍ତି ସେମାନଙ୍କ ବିକାଶ ନିଧି ୮୦୦କୋଟି ଟଙ୍କା କରାଯାଉ ।

ଅଧିକ ପଡନ୍ତୁ...କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି, ମନମାନୀ କରିପାରିବେନି ମଲ୍ଟିପ୍ଲେକ୍ସ !

କାହିଁକି ହୋଇପାରୁ ନାହିଁ ସମାଧାନ- ଅଳିଆ ବିବାଦକୁ ନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ଆଇନଗତ କାର୍ଯ୍ୟ ପାଇଁ କାମ ଅଟକିଛି । ଏହି ଯୋଜନାରେ ଲାଗିଥିବା ଗାଡି ୩ ଦିନ ହେବ ସହରଠୁ ଦୂର ମହାଦେବପୁରାରେ ଫସି ରହିଛି । ଅଳିଆ ସମସ୍ୟାରୁ ମୁକୁଳିବା କାମ ଖୁବଶୀଘ୍ର ହେବ । ଉପଯୁକ୍ତ ବ୍ୟବସ୍ଥା କରାଯିବ । ସୋମବାର ଗୃହରେ ଏ ନେଇ ବିସ୍ତୁତ ଆଲୋଚନା ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.