ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

Watch Video: ପୋଲିସ ଅଧିକାରୀଙ୍କୁ ଧମକ ଦେଇ ନଚାଇଲେ ତେଜପ୍ରତାପ, ଜୋରଦାର ଟାର୍ଗେଟ୍‌ କଲା ବିଜେପି

Published By : Tapas Panda | March 15, 2025 5:32 PM

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଜଣେ ପୋଲିସ ଅଧିକାରୀଙ୍କୁ ଧମକ ଦେବା ସହ ହୋଲି ଅବସରରେ ନାଚିବାକୁ ବାଧ୍ୟ କରିଛନ୍ତି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେଜପ୍ରତାପ ଯାଦବ ମଞ୍ଚ ଉପରେ ବସି ତଳେ ବସିଥିବା ଲୋକଙ୍କୁ ମାଇକ୍ ଧରି ନିର୍ଦ୍ଦେଶ ଦେଉଥିବାର ଦେଖାଯାଇଛି । ଏହି ସମୟରେ ସେ ଜଣେ ପୋଲିସକର୍ମୀଙ୍କୁ 'ନୃତ୍ୟ' କରିବାକୁ ବାଧ୍ୟ କରିଛନ୍ତି । ଏହା ସହିତ ଯଦି ସେ ସେମାନଙ୍କ କଥା ନ ମାନିବେ ତେବେ ତାଙ୍କୁ ନିଲମ୍ବିତ କରିବାକୁ ମଧ୍ୟ ଧମକ ଦେଇଛନ୍ତି ତେଜପ୍ରତାପ । ଏହି ଭିଡିଓଟି ପାଟନାରେ ତେଜପ୍ରତାପ ଯାଦବଙ୍କ ଘରେ ଆୟୋଜିତ କାର୍ଯ୍ୟକ୍ରମର ବୋଲି ଜଣାପଡ଼ିଛି । 




ତେଜପ୍ରତାପ ଯାଦବଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିହାରର ରାଜନୀତି ସରଗରମ ହୋଇଛି । ଜେଡିୟୁର ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ ଏହି ଭିଡିଓ ଉପରେ କହିଛନ୍ତି ଯେ, ଏବେ ବିହାରରେ ଏପରି କାର୍ଯ୍ୟକଳାପ ପାଇଁ କୌଣସି ସ୍ଥାନ ନାହିଁ । ଜଙ୍ଗଲ ରାଜର ଯୁଗ ଶେଷ ହୋଇଛି, କିନ୍ତୁ ଲାଲୁ ଜୀଙ୍କ ପ୍ରଥମ ରାଜକୁମାରଙ୍କ କାର୍ଯ୍ୟ ଦେଖନ୍ତୁ । ସେ ଜଣେ ପୋଲିସ କର୍ମଚାରୀଙ୍କୁ ନାଚିବାକୁ ନିର୍ଦ୍ଦେଶ ଦେଉଛନ୍ତି ଏବଂ ଯଦି ସେ ନ ମାନିଲେ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି। ଲାଲୁ ପରିବାରକୁ ବୁଝିବାକୁ ପଡିବ ଯେ, ବିହାର ଏବେ ବଦଳି ଯାଇଛି । ପରିବର୍ତ୍ତିତ ବିହାରରେ ଏପରି କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । 




ତେଜପ୍ରତାପ ଯାଦବଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, ‘ଯେପରି ପିତା ସେହିପରି ପୁଅ । ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପିତା ଆଇନକୁ ନିଜ ତାଳେ ତାଳେ ନଚାଉଥିଲେ ଏବଂ ବିହାରକୁ ଜଙ୍ଗଲ ରାଜରେ ପରିଣତ କରିଥିଲେ । ଏବେ ପୁଅ କ୍ଷମତା ବାହାରେ ଥିବା ସତ୍ତ୍ୱେ ଧମକ ଏବଂ ଚାପ ମାଧ୍ୟମରେ ଆଇନ ଓ ଆଇନର ରକ୍ଷକମାନଙ୍କୁ ନିଜ ତାଳେ ତାଳେ ନଚାଇବାକୁ ଚେଷ୍ଟା କରୁଛନ୍ତି । ଯଦି ପୋଲିସ କର୍ମଚାରୀ ନାଚୁ ନାହାନ୍ତି ତେବେ ସେ ନିଲମ୍ବିତ କରିବାକୁ ଧମକ ଦେଉଛନ୍ତି । ଏହା ଦର୍ଶାଉଛି ଯେ, ଆରଜେଡି ଜଙ୍ଗଲ ରାଜରେ ବିଶ୍ୱାସ କରେ । ଯଦି ସେମାନେ ଭୁଲରେ ମଧ୍ୟ କ୍ଷମତାକୁ ଆସନ୍ତି, ତେବେ ସେମାନେ ଆଇନ ଭାଙ୍ଗିବେ ଏବଂ ଆଇନର ରକ୍ଷକମାନଙ୍କୁ ନଚାଇବେ । ଏହା ଏକ ଟ୍ରେଲର । ତେଣୁ ସେମାନଙ୍କୁ କ୍ଷମତାରୁ ଦୂରେଇ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ପୁନାୱାଲା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.