ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଅମୃତସର ମନ୍ଦିର ବ୍ଲାଷ୍ଟ ମାମଲାରେ ତିନି ଗିରଫ, ନେପାଳ ପଳାଇବା ଯୋଜନାରେ ଥିଲେ ଅଭିଯୁକ୍ତ

Published By : Prameya | March 15, 2025 8:01 PM

ନୂଆଦିଲ୍ଲୀ,୧୫।୩: ଅମୃତସର ଖଣ୍ଡଓ୍ବାଲାରେ ଥିବା ମନ୍ଦିରରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହତିଆର ଓ ଗ୍ରେନେଡ୍ ସପ୍ଲାଇରେ ସାମିଲ ଥିଲା। ପୋଲିସ କମିଶନର ଗୁରପ୍ରୀତ ସିଂହ ଭୁଲ୍ଲର କହିଛନ୍ତି, ଏହି ତିନି ଯୁକ୍ତ ବିହାରରୁ ସେତେବେଳେ ଗିରଫ ହୋଇଛନ୍ତି ଯେତେବେଳେ ସେମାନେ ନେପାଳର ପଳାଇବାର ଚେଷ୍ଟା କରୁଥିଲେ।

ପୋଲିସ କମିଶନର ଗୁରପ୍ରୀତ ସିଂହ ଭୁଲ୍ଲର କହିଛନ୍ତି, ୭ ମାର୍ଚ୍ଚରେ ଏଫ୍‌ଆଇର ରୁଜୁ କରାଯାଇଥିଲା, ଯେଉଁଥିରେ ୨ଅଭିଯୁକ୍ତ ଗିରଫ ହୋଇଥିଲେ ଓ ଅଭିଯୁକ୍ତଙ୍କ ନିକଟରୁ ହେରୋଇନ୍ ଜବ କରାଯାଇଥିଲା। ଯାଞ୍ଚ ବେଳେ ତିନି ଯୁବକଙ୍କ ନାଁ ସାମନାକୁ ବସିଛି। କର୍ଣ୍ଣ, ମୁକେଶ ଓ ସାଜନ। କର୍ଣ୍ଣ ଭିକେଆଇ ସହ ଜଡିତ ଥିଲା ଓ ହତିଆର ସପ୍ଲାଇ କରିବା କାମ  କରୁଥିଲା। କର୍ଣ୍ଣକୁ ଫଲୋ କରି ବିହାରର ମଧେପୁରା ପହଁଞ୍ଚିଥିବା ୩ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଗୁରପ୍ରୀତ ସିଂହ ଭୁଲ୍ଲର କହିଛନ୍ତି, ପୋଲିସ ଅଭିଯୁକ୍ତଙ୍କୁ ବିହାରରୁ ନେଇ ଆସୁଛି। ଏହି ଲୋକ ଗ୍ରେନେଡ୍ ସପ୍ଲାଇ କରୁଥିଲେ। ଏହି ଠିକଣା ସୂଚନା ମଧ୍ୟ ମିଳିଛି। ସେ କହିଛନ୍ତି, ଯେବେଠାରୁ ନିଶା ବିରୋଧି ଅଭିଯାନ ଚାଲିଛି, ସେବେଠାରୁ ପୋଲିସକୁ ସନ୍ଦେହ ଥିଲା ଯେ, ଏହି ଲୋକ ଏଭଳି ଗତିବିଧିରେ ସାମିଲ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.