ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

‘ଯଦି ଏନକାଉଣ୍ଟର ଦରକାର, ନିହାତି କର’, ଅପରାଧିଙ୍କ ପାଇଁ ପୋଲିସକୁ ବିହାର ଉପ-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Published By : Prameya | March 15, 2025 7:24 PM

ପାଟନା,୧୫।୩: ବିହାରର ମୁଙ୍ଗେର ସ୍ଥିତ ମୁପସିଲ୍ ଥାନାରେ ମୁତୟନ ଏଏସ୍‌ଆ ସନ୍ତୋଷ କୁମାର ସିଂହଙ୍କ ହତ୍ୟା ମାମଲାରେ ପୋଲିସର ଆକ୍ସନ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି ପୋଲିସ, ସେଭଳି ଅନ୍ୟମାନଙ୍କର ତଲାସୀ ଜାରି ରହିଛି। ଗିରଫ ଅଭିଯୁକ୍ତର ଗୁଡ୍ଡୁ ଯାଦବ ବୋଲି ଜଣାପଡିଛି।

ଗୁଡ୍ଡୁକୁ ଯେତେବେଳେ ପୋଲିସ ଗିରଫ କରିକି ନେଉଥିଲା ସେହି ସମୟରେ ପୋଲିସର ଗାଡି ଓଲଟି ପଡିଥିଲା। ସେତେବେଳେ ଅଭିଯୁକ୍ତ ଗୁଡ୍ଡୁ ପଳାଇବାକୁ ଚେଷ୍ଟା କରିବା ବେଳେ ପୋଲିସଠାରୁ ହତିଆର ଛଡାଇବାର ଚେଷ୍ଟା କରିଥିଲା। ଏହାପରେ ପୋଲିସ ଆତ୍ମରକ୍ଷାରେ ଫାୟରିଂ କରିଥିଲା ଓ ଅଭିଯୁକ୍ତର ଗୋଡରେ ଗୁଳି ବାଜିଥିଲା। ଏନକାଉଣ୍ଟର ପୂର୍ବରୁ ପୋଲିସ ଗାଡି ଏକ ଆମ୍ବ ଗଛ ସହ ମାଡ଼ ହୋଇଥିଲା। ଏହାଦ୍ବାରା ଗାଡିର ହୁଟର ଭାଙ୍ଗି ଯାଇଥିଲା। ଫଳରେ ଆଗ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା।

ଏହା ଭିତରେ ବିହାରର ଉପ-ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଅପରାଧକୁ ଶେଷ କରିବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସୁଶାସନ ପାଇଁ ଆମେ କ୍ଷମତାରେ ଅଛ ଓ ଆକ୍ସନ ନେବୁ। ଅପରାଧିଙ୍କୁ ତାଙ୍କ ଭାଷାରେ ଜବାବ୍ ଦିଅ। ଦରକାର ପଡିଲେ ଏନକାଉଣ୍ଟର କର। ସରକାରଙ୍କ ପକ୍ଷରୁ ଅନୁମତି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.