ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ପୋକ୍ସୋ ମାମଲାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ହାଇକୋର୍ଟଙ୍କ ବଡ ଆଶ୍ବସ୍ତି, ନିମ୍ନ ଅଦାଲତ ଦେଇଥିବା ନିର୍ଦ୍ଦେଶ ସ୍ଥଗିତ…

Published By : Prameya | March 14, 2025 11:30 PM

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କୁ POCSO  ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟ ୟେଦୁରପ୍ପାଙ୍କ ବିରୋଧରେ ଅପରାଧର ବିଚାର କରି ଏକ ନିମ୍ନ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ ଏକ ମାମଲାରେ ଚାର୍ଜସିଟ୍ ଆଧାରରେ ଟ୍ରାଏଲ୍ କୋର୍ଟ ୟେଦୁରପ୍ପା ଏବଂ ଅନ୍ୟ ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପରାଧର ବିଚାର କରିଥିଲେ।

କର୍ଣ୍ଣାଟକ ହାଇକୋର୍ଟ ବିଜେପି ନେତା ବିଏସ ୟେଦୁରପ୍ପା ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଜାରି ହୋଇଥିବା ସମନ ଉପରେ ମଧ୍ୟ ସ୍ଥଗିତାଦେଶ ଦେଇଛନ୍ତି। କୋର୍ଟ ବିଏସ ୟେଦୁରପ୍ପାଙ୍କୁ ନିମ୍ନ ଅଦାଲତରେ ବ୍ୟକ୍ତିଗତ ଭାବରେ ହାଜର ହେବାରୁ ମଧ୍ୟ ଆଶ୍ବସ୍ତି ଦେଇଛନ୍ତି । ଫେବୃଆରୀ ୨୮ ତାରିଖରେ, ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ୮୨ ବର୍ଷୀୟ ୟେଦୁରପ୍ପା ଏବଂ ଏହି ମାମଲା ସହିତ ଜଡିତ ଅନ୍ୟ ତିନି ଅଭିଯୁକ୍ତଙ୍କୁ ମାର୍ଚ୍ଚ ୧୫ରେ ହାଜର ହେବାକୁ ସମନ ଜାରି କରିଥିଲେ।

ସୂଚନା ମୁତାବକ ଗତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ଜଣେ ୧୭ ବର୍ଷୀୟା ଝିଅର ମାଆଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା, ଯିଏ ଅଭିଯୋଗ କରିଥିଲେ ଯେ ୨ ଫେବୃଆରୀ, ୨୦୨୪ରେ ଏକ ବୈଠକ ସମୟରେ ୟେଦୁରପ୍ପା ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିଲେ। ତେବେ ବର୍ତମାନ ସମୟରେ ଅନ୍ତରୀଣ ଆଦେଶ ଦେଇଥିବା ହାଇକୋର୍ଟ ବିଚାରପତି ପ୍ରଦୀପ ସିଂହ ୟେରୁର କହିଛନ୍ତି ଯେ ଏହି ମାମଲାର ବିସ୍ତୃତ ଶୁଣାଣି ଆବଶ୍ୟକ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.