ମୁମ୍ୱାଇ : ଓସ୍କାର ପୁରସ୍କାର ବିଜେତା ସିଙ୍ଗର ଓ ମ୍ୟୁଜିକ୍ କମ୍ପୋଜର ଏ ଆର୍ ରହମାନଙ୍କୁ ରବିବାର ସକାଳେ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ହେଲେ ତାଙ୍କୁ ଖୁବ୍ ଶୀଘ୍ର ଡିସଚାର୍ଜ ବି କରାଯାଇ ଥିଲା। ଖବର ଆସି ଥିଲା କି, ରହମାନଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସ୍ପିଟାଲ ନିଆଯାଇ ଥିଲା। କିନ୍ତୁ ତାଙ୍କର ଟିମ୍ ଉକ୍ତ ଖବରକୁ ଖଣ୍ଡନ କରି ତାଙ୍କର ହସ୍ପିଟାଲରେ ଭର୍ତ୍ତି ହେବାର ଅସଲ କାରଣର ଖୁଲାସା କରିଛନ୍ତି। ତାଙ୍କ ପୁଅ ଅମିନ ରହମାନ ମଧ୍ୟ ପିତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ନିଜ ସଂଘର୍ଷର କଥା ମନେପକାଇଲେ ଶାହାରୁଖ ଖାନଙ୍କ ଏହି ସହ-କଳାକାର
ଏ ଆର ରହମାନଙ୍କ ପୁଅ ଅମିନ ରହମାନ ନିଜ ପିତାଙ୍କ ସ୍ୱାସ୍ଥ୍ୟ ଉପରେ ଅପଡେଟ୍ ଦେଇ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି , ଆମର ସବୁ ପ୍ରିୟ ପ୍ରଶଂସକ , ପରିବାର ଓ ଶୁଭ ଚିନ୍ତକଙ୍କୁ ମୁଁ ଆପଣଙ୍କର ପ୍ରାର୍ଥନା ଓ ସମର୍ଥନ ପାଇଁ ସଚ୍ଚୋଟତାପୂର୍ବକ ଧନ୍ୟବାଦ ଦେଉଛି। ମୋ ପିତା ଡିହାଇଡ୍ରେସନ କାରଣରୁ କିଛି ମାତ୍ରାରେ ଦୁର୍ବଳ ଅନୁଭବ କରୁ ଥିଲେ, ଏଥିପାଇଁ ଆମେ କିଛି ରେଗୁଲେଟ୍ ଟେଷ୍ଟ କରିଛୁ। କିନ୍ତୁ ମୁଁ ଏହି କଥା କହିବା ସହ ଖୁସି ଯେ, ଏବେ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି। ଆପଣଙ୍କ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।
ଏଆର ରହମାନଙ୍କର ସ୍ୱାସ୍ଥ୍ୟ ଉପରେ ତାଙ୍କର ଟିମ୍ ପକ୍ଷରୁ ମଧ୍ୟ ଅପଡେଟ୍ ଆସି ଥିଲା, ଟିମ୍ ଏଆରଙ୍କ ଛାତିରେ ଯନ୍ତ୍ରଣା ହେବାର ରିପୋର୍ଟକୁ ମିଛ ଥିବା କହିଛନ୍ତି , ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ମୁତାବିକ , ରହମାନ ଟିମ୍ କହିଛନ୍ତି , ରହମାନ ସାର୍ ସୁସ୍ଥ ଅଛନ୍ତି। ଭଗବାନ ପରମ ଦୟାଳୁ। ତାଙ୍କର ଛାତିରେ କିଛି ବି ଯନ୍ତ୍ରଣା ନାହିଁ , ବରଂ ଏହା ଡିହାଇଡ୍ରେସନ ଥିଲା।
ରହମାନଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କର ପତ୍ନୀ ସାୟରା ବାନୋ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଆର ରହମାନ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ଥିଲା। ଏହାସହ ସାୟରା ନିଜକୁ ରହମାନଙ୍କର ଏକ୍ସ ୱାଇଫ୍ କୁହାଯିବାକୁ ନେଇ ଅଭିଯୋଗ କରି ଥିଲେ। ସୂଚନା ଯେ ୨୦୨୪ ନଭେମ୍ୱରରେ ଏ ଆର ଓ ସାୟରା ବାନୋଙ୍କ ତଲାକ୍ର ଖବର ଆସିଥିଲା , କିନ୍ତୁ ଏବେ ସାୟରା କହିଛନ୍ତି ,ତାଙ୍କର ଅଫିସିଆଲି ଭାବେ ତଲାକ୍ ହୋଇ ନାହିଁ। ସେ ମିଡ଼ିଆକୁ ଅନୁରୋଧ କରି କହିଛନ୍ତି , ତାଙ୍କୁ ରହମାନଙ୍କ ଏକ୍ସ ୱାଇଫ୍ କୁହ ନାହିଁ , ସେ ଏବେ ମଧ୍ୟ ପତି-ପତ୍ନୀ ଭାବେ ରହିଛନ୍ତି।